ଆଙ୍କର – ଦିନ କେଇଟା ପରେ ଆସୁଛି ପଶ୍ଚିମ ଓଡିଶାର ଗଣ ପର୍ବ ନୁଆଖାଇ ପର୍ବ । ଏଥିପାଇଁ ଗାଁଠାରୁ ଆରମ୍ଭ କରି ସହର ଯାଏଁ ହୋଇ ଉଠିଛି ଚଳଚଞ୍ଚଳ । ଯେଉଥିପାଇଁ ପ୍ରସ୍ତୁତି ବି ଜୋରସୋରରେ ଆରମ୍ଭ ହୋଇଗଲାଣି । ବୌଦ୍ଧ ଜିଲ୍ଲା ମଧ୍ୟ ଏବେ ହୋଇଉଠିଛି ଚଳଚଞ୍ଚଳ । ସେଠାକାର ମାଟି କାରିଗର ମାନଙ୍କର ଆଉ ଫୁରସତ ନାଇଁ । ନୁଆଖାଇରେ ବ୍ୟବହୃତ ନୁଆହାଣ୍ଡି,ମାଟିପାତ୍ର ଏହି ସବୁ ଜିନିଷ ତିଆରି କରିବାରେ ଲାଗି ପଡିଛନ୍ତି କୁମ୍ଭାର ମାନେ । \nଭିଓ ୧-ମାଟି କାରିଗର ମାନଙ୍କର ଫୁରସତ ଦେଖିବାକୁ ମିଳୁନାହିଁ । କାରଣ ଆଗକୁ ଆସୁଛି ନୁଆଖାଇ । ନୁଆଖାଇରେ ବିଭିନ୍ନ ପ୍ରକାରର ହାଣ୍ଡି,ମାଟିପାତ୍ର,ଦୀପ ପ୍ରସ୍ତୁତିରେ ଲାଗି ପଡିଛନ୍ତି କାରିଗର ମାନେ । ନୁଆଖାଇରେ ଧନୀ ହେଉ ଅବା ଗରିବ ସମସ୍ତେ ନୁଆହାଣ୍ଡିରେ ରାନ୍ଧିବାର ପରମ୍ପରା ରହିଛି । ଏଥିପାଇଁ କାରିଗରମାନେ ବି ବେଶ ଦୁଇ ପଇସା ରୋଜଗାର କରନ୍ତି । ଯେଉଥିପାଇଁ କୁମ୍ଭାର ମାନେ ଦିନରାତି ଏକ କରି ମାଟିହାଣ୍ଡି ପ୍ରସ୍ତୁତିରେ ଲାଗିପଡିଛନ୍ତି । \nବାଇଟ ୧-ସୀତା ରଣା\nବାଇଟ ୨-ଯୋଗୀନ୍ଦ୍ର ରଣା\nବାଇଟ ୩-ଦିଲୀପ କୁମାର ମହାନ୍ତି\nଭିଓ ୨-ନୁଆଖାଇ ହେଉଛି ମହାନ କୃଷି ଭିତ୍ତିକ ଗଣପର୍ବ ଏବଂ ଏହା ପ୍ରକୃତି ସାଙ୍ଗେ ଅଙ୍ଗାଅଙ୍ଗୀ ଭାବେ ଜଡିତ । ଏଥିପାଇଁ ସମସ୍ତେ କଂସା ବାସନ ବ୍ୟବହାର ନକରି ନୁଆହାଣ୍ଡିରେ ଖାଦ୍ୟ ପ୍ରସ୍ତୁତି କରି ମାଆଙ୍କୁ ନବାର୍ଣ୍ଣ ଅର୍ପଣ କରିଥାନ୍ତି । ଗାଁର ଇଷ୍ଟଦେବୀଙ୍କୁ ଏହି ନୁଆହାଣ୍ଡିରେ ଭୋଗ ଲଗାଯାଏ । ଏବଂ ବନ୍ଧୁବାନ୍ଧବଙ୍କ ଘରକୁ ନୁଆହାଣ୍ଡି ଦ୍ୱାରା ପନିପରିବା ଦ୍ରବ୍ୟ ଏହି ଉତ୍ସବ ପାଇଁ ପଠାଯାଇଥାଏ । ଏହି ପରମ୍ପରା ହୁଏ ବୋଲି ଗବେଷକ ମାନେ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here