ଶ୍ରୀଜଗନ୍ନାଥ ଧର୍ମ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଆଦି ଶଙ୍କରାଚାର୍ଯ୍ୟଙ୍କ ରଚିତ ଶ୍ରୀଜଗନ୍ନାଥ ଅଷ୍ଟକମ୍ ଗାଇ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ପଦ୍ମଶ୍ରୀ କୈଳାଶ ଖେର୍ କରିଥିବା ଉଦ୍ୟମ ଯେତିକି ଅଭିନନ୍ଦନୀୟ, ଏବେ ତାଙ୍କ ଦ୍ବାରା ଗାନ କରାଯାଇଥିବା ଏହି ସଂସ୍କୃତ ସ୍ତୋତ୍ରର ତ୍ରୁଟିପୂର୍ଣ୍ମ ଉଚ୍ଚାରଣ ସେତିକି ନିନ୍ଦନୀୟ । ଶ୍ରୀଜଗନ୍ନାଥ ଅଷ୍ଟକମ୍ ଗାଇବା ଏବଂ ତାର ଅଡିଓ ଭିଡିଓ ରିଲିଜ କରିବା ପୂର୍ବରୁ ଏହି ଦୁଇ ପ୍ରତିଷ୍ଠିତ ବ୍ୟକ୍ତି ଯାହା ଗାଇଛନ୍ତି, ତାର ଶୁଦ୍ଧତା ପରୀକ୍ଷା କରିବା ଉଚିତ ଥିଲା । ଅନେକ ପଦରେ ଭୁଲ୍ ଶବ୍ଦ ଗାଇବା ଏବଂ ଭୁଲ୍ ଉଚ୍ଚାରଣ ଦ୍ବାରା ଏହାର ମହତ୍ତ୍ବ ନଷ୍ଟ ହୋଇଛି । ଏହାକୁ ନେଇ ଏବେ ଅନେକ ଶ୍ରୀଜଗନ୍ନାଥ ପ୍ରେମୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ଆରମ୍ଭ କଲେଣି ।
ଶ୍ରୀଜଗନ୍ନାଥ ଅଷ୍ଟକମର ପ୍ରଥମ ପଦରେ ସମ୍ବିତ ପାତ୍ର ଗାଇଛନ୍ତି, ‘କଦାଚିତ୍-କାଳିନ୍ଦୀତଟ-ବିପିନ-ସଙ୍ଗୀତ-ତରଲୋ’, ଯାହା ‘ସଙ୍ଗୀତକ ରବୋ’ ହେବା ଉଚିତ । ଏପରି ଅନେକ ଶବ୍ଦ ତ୍ରୁଟିପୂର୍ଣ୍ଣ ଭାବେ ଉଲ୍ଲେଖ କରାଯିବା ସହ ଭୁଲ୍ ଉଚ୍ଚାରଣ ହୋଇଥିବା ନେଇ ଶ୍ରୀଜଗନ୍ନାଥ ପ୍ରେମୀ ଅଙ୍ଗୁଳି ଉଠାଇଲେଣି । ଶ୍ରୀଜଗନ୍ନାଥ ଧର୍ମ, ସଂସ୍କୃତିର ପ୍ରଚାର ଓ ପ୍ରସାର କରିବା ପୂର୍ବରୁ ଭାଷାଗତ ଶୁଦ୍ଧତା ପରୀକ୍ଷା କରିବା ଉଚିତ୍ ଥିଲା ।

LEAVE A REPLY

Please enter your comment!
Please enter your name here