ଜଙ୍ଗଲ ଭିତରୁ ଉଦ୍ଧାର ହୋଇଛି ୪ ମାସର ଜୀବନ୍ତ ଶିଶୁପୁତ୍ର । ଦେବଗଡ ବାରକୋଟ ବ୍ଲକ କାଦୋପଡା ଗ୍ରାମପଂଚାୟତର ମସିନ୍ତା ଗାଁ ନିକଟ ଜଙ୍ଗଲରୁ ଏକ ୪ ମାସର ଶିଶୁ ପୁତ୍ର ଉଦ୍ଧାର ହୋଇଛି । ଜଙ୍ଗଲ ଭିତରୁ ରାତି୯ ଟା ସମୟରେ ଏକ ଶିଶୁପୁତ୍ରର କାନ୍ଦ ମସିନ୍ତା ଗ୍ରାମବାସୀ ଶୁଣିବାକୁ ପାଇଥିଲେ । ଶିଶୁଟିର କାନ୍ଦ ଶୁଣି ମସିନ୍ତା ଗ୍ରାମର କିଛି ଲୋକ ଘଟଣାସ୍ଥଳକୁ ଯାଇ ଦେଖିଥିଲେ । ଶିଶୁଟି ଜଙ୍ଗଲ ମଧ୍ୟରେ ଏଭଳି ଅବସ୍ଥାରେ ପଡି କାନ୍ଦୁଥିବା ଦେଖି ଗ୍ରାମବାସୀ ମାନେ ଉକ୍ତ ଶିଶୁଟିକୁ ଉଦ୍ଧାର କରି କାଦୋପଡା ଗ୍ରାମବାସୀଙ୍କ ସହାୟତାରେ ଜଣେ ଫାର୍ମାସିଷ୍ଟଙ୍କ ଦ୍ୱାରା ଚିକିତ୍ସା କରାଇଥିଲେ । ଏହାପରେ ଶିଶୁଟିକୁ ମସିନ୍ତା ଗ୍ରାମର ବୀର୍ସା ତୁରୀ ନାମକ ଜଣେ ବ୍ୟକ୍ତି ନିଜ ଘରେ ରଖିଥିବା ଜଣାପଡିଛି । ଆଇନଅନୁଯାୟୀ ଶିଶୁଟିର ଭବିଷ୍ୟତ କାର‌୍ୟ୍ୟପନ୍ଥା ଗ୍ରହଣ କରାଯିବ ବୋଲି ମସିନ୍ତା ଗ୍ରାମବାସୀମାନେ କହିଛନ୍ତି। ତେବେ ଶିଶୁଟି କାହାର ଏବଂ କିଏ କେଉଁ ପରିସ୍ଥିତିରେ ଜଙ୍ଗଲରେ ଫିଙ୍ଗି ଚାଲିଯାଇଛି ତାହା ବର୍ତମାନ ପର‌୍ୟ୍ୟନ୍ତ ଜଣାପଡିନାହିଁ ।

LEAVE A REPLY

Please enter your comment!
Please enter your name here