ବିନା ଭକ୍ତରେ ପୁରୀରେ ଆରମ୍ଭ ହୋଇଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ମହାପ୍ରଭୁ ପହଣ୍ଡି ବିଜେ କରିଥିଲେ । ସେବାୟତମାନେ ଚତୁର୍ଦ୍ଧାମୁର୍ତ୍ତିଙ୍କୁ ପହଣ୍ଡି ବିଜେ କରାଇବା ପରେ ଗଜପତି ମହାରାଜ ତାମଯାନରେ ଆସି ପହଞ୍ଚିଥିଲେ । ତିନିରଥରେ ସୁନା ଖଡିକା ଧରି ଗଜପତି ଛେରାପହଁରା କରିଥିଲେ । ବଡଦାଣ୍ଡ ଭକ୍ତଶୂନ୍ୟ ଥିଲେ ମଧ୍ୟ ମହାପ୍ରଭୁଙ୍କ ରୀତିନୀତି ସୁଚାରୁରୂପେ ସଂପାଦିତ ହୋଇଥିଲା । ଶୃଙ୍ଖଳିତ ଭାବେ ରଥଯାତ୍ରା କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବା ସହ ବଡଦାଣ୍ଡରେ ମଧ୍ୟ କଟକଣା ଜାରି କରାଯାଇଛି । ଗତକାଲି ରାତିରୁ ସହରରେ କର୍ଫ୍ୟୁ ଜାରି ହୋଇଛି ।

LEAVE A REPLY

Please enter your comment!
Please enter your name here