ଆଜିଠୁ ବାରବାଟୀ ଟି-୨୦ ମ୍ୟାଚର ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ଓସିଏ ସହିତ ଅନୁବନ୍ଧିତ ଥିବା ସଂସ୍ଥା, ସ୍କୁଲ , କଲେଜ, କ୍ଲବ ଓ ଅନୁଷ୍ଠାନ ଆଜି ଟିକେଟ କିଣିପାରିବେ । ଏହି ବର୍ଗରେ ୮ ହଜାର ଟିକେଟ ବିକ୍ରି ହେବ । ଓସିଏ କନଫରେନ୍ସ ହଲରେ ସକାଳ ୧୦ଟାରୁ ମିଳିବ ଟିକେଟ୍ । ଏଥିପାଇଁ କାଉଣ୍ଟର ବି କରାଯାଇଛି । ଏହାପରେ ୯ ଓ ୧୦ ତାରିଖରେ ଷ୍ଟାଡିୟମର ବିଭିନ୍ନ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ବିକ୍ରି ହେବ ୧୬୧୫୪ଟି ଟିକେଟ୍ । ଆଗରୁ ଅନଲାଇନରେ ୫ ହଜାର ଟିକେଟ୍ ବିକ୍ରି ହୋଇଛି । ଗତକାଲି ଅଫଲାଇନ୍‌ରେ ପ୍ରଥମ ଟିକେଟ କିଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସ ଯାଇ ଟିକେଟ ଦେଲେ ଓସିଏ ସମ୍ପାଦକ ଓ ସଭାପତି ।

LEAVE A REPLY

Please enter your comment!
Please enter your name here