ଶିଶୁ କଳାକାରଙ୍କ ରଙ୍ଗ ତୁଳୀରେ ପରିବେଶର ଚିତ୍ର । ବିଶ୍ବ ପରିବେଶ ଦିବସ ଅବସରରେ ଭୁବନେଶ୍ବର ଲିଙ୍ଗିପୁର ସ୍ଥିତ ସେଣ୍ଟ ଜାଭିୟର୍ସ ପ୍ଲେ ସ୍କୁଲ ପକ୍ଷରୁ ଆୟୋଜିତ ହୋଇଥିଲା ଚିତ୍ରାଙ୍କନ ପ୍ରତିଯୋଗିତା । ସବଜୁନିଅର ଓ ଜୁନିଅର ଗ୍ରୁପରେ କୋମଳମତି ଶିଶୁମାନେ ବଗିଚା ଓ ସେମାନଙ୍କ ସ୍ବପ୍ନର ପରିବେଶ ପ୍ରସଙ୍ଗ ଉପରେ ଚିତ୍ର ଆଙ୍କିଥିଲେ । ପ୍ରତିଯୋଗିତାରେ ରାଜକ୍ରୀଷ୍ଣା ଦାସ, ବର୍ଣ୍ମାଭ୍ୟ ମହାନ୍ତି, ଆରାଧ୍ୟା ପ୍ରିୟଦର୍ଶିନୀ, ସୃଷ୍ଟି ମୁଖାର୍ଜୀ, ସାଇ ସୌମାର୍ଧ୍ୟ ମିଶ୍ର, ମିଲନ ବାରିକ, ସାଇ ଆଦିତ୍ୟ ମହାନ୍ତି, ସାଇରାଜ ରାୟ, ଅଭିଷେକ ମିଶ୍ର, ଦେବାଂଶି ଦାସ, ଦିବ୍ୟାଂଶୁ କୁମାର ଓଝା, ସଂଜନା ଦାସ, କମଳାକାନ୍ତ ଖଟୁଆ, ପୂର୍ଣ୍ମପ୍ରିୟା ପଟ୍ଟନାୟକ, ଆୟୁଷ ପାଲ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଆୟୋଜିତ ସମାରୋହରେ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଚିତ୍ରଶିଳ୍ପୀ ବିଜୟ ପରିଡା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ସମାରୋହରେ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ଇଣ୍ଡିଆ ଫାଉଣ୍ଡେସନର ଅଧ୍ୟକ୍ଷ ସଂଗ୍ରାମ ପଟ୍ଟନାୟକ, ପ୍ଲେ ସ୍କୁଲର ଚେୟାରମ୍ୟାନ ରବୀନ୍ଦ୍ର ନାଥ ପଟ୍ଟନାୟକ, ସେକ୍ରେଟାରୀ ଅପୂର୍ବ କୁମାର ମହାନ୍ତି, କୋଅର୍ଡିନେଟର ଯମୁନା ରାଉତରାୟ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସ୍କୁଲର ପ୍ରିନସପାଲ ଅର୍ଚ୍ଚନା ସିଂ ଓ ଶିକ୍ଷୟିତ୍ରୀ ଶ୍ରାବଣୀ ମୁଖାର୍ଜୀ ।

LEAVE A REPLY

Please enter your comment!
Please enter your name here