ବହୁ ହିସାବ କିତାବ ପରେ ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କୁ ବିଜେଡି ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛି I ସେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ସମର୍ଥକ ବୋଲି କୁହାଯାଉଛି I କେବେ ଉପନିର୍ବାଚନ ହାରି ନଥିବା ବିଜେଡି ବହୁ ଭାବି ଚିନ୍ତି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି I ବିଜେପି ହାତରୁ ଧାମନଗର ଆସନ ଛଡେଇ ଆଣିବା ପାଇଁ ରଣନୀତି ପ୍ରସ୍ତୁତ କରିଛି ଦଳ I ସେଥିପାଇଁ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ବୁଝାବୁଝି କରି ଦଳ ଅବନ୍ତୀ ଙ୍କୁ ପ୍ରାର୍ଥୀ କରିଛି I ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୁରଜ ସୂର୍ଯ୍ୟାବଂଶୀଙ୍କୁ ବିଜେପି ପ୍ରାର୍ଥୀ କରିଛି I

LEAVE A REPLY

Please enter your comment!
Please enter your name here