ବୁଧବାର ସମୟ ୯.୪୫ । ପାକିସ୍ତାନର ଏଫ-୧୬ ଭାରତ ସିମା ଭିତରକୁ ପଶିବା କ୍ଷଣି ଭାରତର ମିଗ-୨୧ ଏହାର କଡା ଜବାବ ଦେଇଥିଲା । ପାକିସ୍ତାନର ଏଫ- ୧୬କୁ ଅନୁକରଣ କରୁ କରୁ ମିଗ-୨୧ଟି କ୍ରାଶ୍ ହୋଇଯାଇଥିଲା । ଭାରତର ମିଗ ୨୧ ବିମାନ ନଷ୍ଟ ହେବା ପରେ ଯୁଦ୍ଧ ବିମାନରୁ ପାରାଚୁଟ ମାଧ୍ୟମରେ ଅବତରଣ କରି ପାକିସ୍ତାନ ମାଟିରେ ପଡିଯାଇଥିଲେ ଅଭିନନ୍ଦନ । ପାକିସ୍ତାନର ଗୋଟିଏ ଗାଁରେ ଖସି ପଡିବା ପରେ ପ୍ରଥମେ ସେ ଜଣେ ଯୁବକଙ୍କୁ ପଚାରିଥିଲେ ଏହା ପାକିସ୍ତାନ ନା ହିନ୍ଦୁସ୍ତାନ । ଏଥିରେ ଜଣେ ଯୁବକ ଚାଲାକି କରି କହିଥିଲେ ଯେ ଏହା ଭାରତ । ଏହା ଶୁଣିବା ପରେ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ଭାରତ ଗୌରବରେ କିଛି ନାରା ଲଗାଇଥିଲେ ଏବଂ ପଚାରିଲେ ଏହା ଭାରତର କେଉଁ ସ୍ଥାନ । ପାଇଲଟଙ୍କ ପ୍ରଶ୍ନରେ ଉକ୍ତ ଯୁବକ ଜଣକ କହିଥିଲେ ଯେ ଏହି ସ୍ଥାନର ନାମ କିଲାନ । ଏହା ପରେ ପାଇଲଟ୍ ତାଙ୍କ ପିଠିରେ ଆଘାତ ଲାଗିଥିବା କହିଥିଲେ ଏବଂ ତାଙ୍କୁ ପିଇବାକୁ ପାଣି ଦରକାର ବୋଲି କହିଥିଲେ । କିଛି ଯୁବକ ପାଇଲଟଙ୍କ ନାରାକୁ ହଜମ କରି ପାରିନଥିଲେ ଏବଂ ପାକିସ୍ତାନୀ ସେନା ଜିନ୍ଦାବାଦ ନାରା ଦେଇଥିଲେ । ଏଥିରେ ଅଭିନନ୍ଦନ ଫାଙ୍କା ଗୁଳି ଚଳାଇଥିଲେ ଏବଂ ଯୁବକମାନେ ହାତରେ ପଥର ଉଠାଇଥିଲେ । କିଛି ସ୍ଥାନୀୟ ଲୋକ ଅଭିନନ୍ଦନଙ୍କୁ ମାରପିଟ ମଧ୍ୟ କରିଥିଲେ । ଏହାପରେ ଅଭିନନ୍ଦନ ପାକିସ୍ତାନର ପିଓକେରେ ଥିବା ଜାଣିପାରିଥିଲେ । କିଛିବାଟ ଦଉଡିବାକୁ ଚେଷ୍ଟା କରିବାରୁ ସ୍ଥାନୀୟ ଲୋକେ ପଥର ଫିଙ୍ଗିଥିଲେ । ଏହାଭିତରେ ଭାରତୀୟ ପାଇଲଟ ରିଭଲଭର ବାହାର କରି ଫାଙ୍କା ଗୁଳି ଚାଳନା କରିଥିଲେ । ପାକିସ୍ତାନର ସାଧାରଣ ଲୋକଙ୍କଠାରୁ ମାଡ ଖାଇ ମଧ୍ୟ ଭାରତୀୟ ଯବାନ ଅଭିନନ୍ଦନ ତାଙ୍କ ଉପରକୁ ଗୁଳି ଚଳାଇନାହାନ୍ତି । ଧୈର୍ଯ୍ୟ ଓ ସାହସର ନିଦର୍ଶନ ଦେଖାଇଛନ୍ତି ଭାରତୀୟ ପାଇଲଟ । ହଡବଡେଇକି ହତାଶ ହୋଇନାହାନ୍ତି କି ଶତ୍ରୃ ଆଗରେ ଜୀବନ ଭିକ୍ଷା କରିନାହାଁନ୍ତି । ଏହା ଭିତରେ ପାଖରେ ଥିବା ସମସ୍ତ ନକ୍ସା ଓ ଯୁଦ୍ଧପାଇଁ ଥିବା ଗୁପ୍ତ ତଥ୍ୟକୁ ନଷ୍ଟ କରିଦେଇଥିଲେ ଅଭିନନ୍ଦନ । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇଁ ପାକିସ୍ତାନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିନନ୍ଦନଙ୍କୁ ଗିରଫ କରିଥିଲା । ଏପଟେ ଅଭିନ୍ଦନଙ୍କ ବାପା ଏୟାର ମାର୍ସାଲ ଏସ୍ ବର୍ଦ୍ଧମାନ ପୁଅକୁ ନେଇ ଏକ ସନ୍ଦେଶ ଜାରି କରିଛନ୍ତି, ‘ଅଭି ବଞ୍ଚିଛି  ଏବଂ ସେ କ୍ଷତବିକ୍ଷତ ହୋଇନାହିଁ । ସେ ମାନସିକସ୍ତରରେ ବହୁତ ମଜଭୁତ ଅଛି । ଦେଖ ସେ କିପରି ବାହାଦୁରି ସହ କଥା ହେଉଛି । ସେ ସଚ୍ଚୋଟ ସୈନିକ, ତାଙ୍କୁ ନେଇ ଆମେ ଗର୍ବିତ’ ।

LEAVE A REPLY

Please enter your comment!
Please enter your name here