ପରୀ ବଳୀ ପକାଯାଇଥାଇପାରେ । ପରୀ ହତ୍ୟା ପଛରେ ଏମିତି ସନ୍ଦେହ କରିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ପରୀ ଘରକୁ ଯାଇ ଅନୁଧ୍ୟାନ କରିବା ପରେ ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ କହିଛନ୍ତି, କନ୍ଧମାଳ ଓ ନୟାଗଡ ଅଞ୍ଚଳରେ ବଳୀ ଭଳି ଅନ୍ଧବିଶ୍ବାସ ପ୍ରଥା ରହିଛି ଏବଂ ହୁଏତ ପରୀକୁ ବଳୀ ଦିଆଯିବା ସହ ଦୁଷ୍କର୍ମ କରାଯାଇଥାଇପାରେ । ମାତ୍ର ପରୀର ଅଙ୍ଗ ଚୋରୀ ଘଟଣାକୁ ସେ ଅସମ୍ଭବ ବୋଲି କହିଛନ୍ତି । ପରୀକୁ ନେଇ ତାର ଅଙ୍ଗ ଚୋରୀ କରିବା ଏବଂ ଆଉ କାହାର ଅଙ୍ଗ ପ୍ରତିରୋପଣ କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି । କିନ୍ତୁ ସନ୍ଧ୍ୟାବତୀଙ୍କ ଏଭଳି ଆଶଙ୍କା ମୁଖ୍ୟ ଅଭିଯୁକ୍ତକୁ ଘଣ୍ଟ ଘୋଡାଇବା ପାଇଁ ଉଦ୍ଦିଷ୍ଟ ଏବଂ ମୁଖ୍ୟ ପ୍ରସଙ୍ଗକୁ ଦିଗହରା କରିବା ପାଇଁ ବୋଲି ପରୀର ବାପା କହିଛନ୍ତି । ନୟାଗଡରେ ଆଉ ବଳୀ ପ୍ରଥା ନାହିଁ ଏବଂ ଲୋକେ ଆଉ ଛେଳି ବଳୀ ମଧ୍ୟ ଦେଉନାହାଁନ୍ତି ବୋଲି କହିଛନ୍ତି । ସେହିପରି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମହାପାତ୍ର କହିଛନ୍ତି, ଘଟଣାର ଏସଆଇଟି ତଦନ୍ତ ଚାଲିଥିବା ବେଳେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ କେଉଁ ଆଧାରରେ ଏହା କହୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ପ୍ରସଙ୍ଗ ଆସିଥିବା ବେଳେ ଏବଂ ଘଟଣାର ଏସଆଇଟି ତଦନ୍ତ ହେଉଥିବା ବେଳେ ଏଭଳି କଥା ଉଠାଇବା ତଦନ୍ତକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here