ଲେଡି ବ୍ଲାକମେଲରକୁ ନେଇ ଏବେ ସବୁଠି ଚର୍ଚ୍ଚା । କୁଆଡେ ଅର୍ଚ୍ଚନାଙ୍କ ମୁଣ୍ଡ ଉପରେ ରହିଛି ବଡ ବଡ ନେତାଙ୍କ ହାତ । ପୋଲିସ ତଦନ୍ତରେ ମିଳୁଛି ଚାଞ୍ଚଲ୍ୟକର ତଥ୍ୟ । ଜବତ ହୋଇଥିବା ଲ୍ୟାପଟପ୍ ଏବଂ ମୋବାଇଲରେ ମାଳମାଳ ନେତା, ତହସିଲଦାର, ଏବଂ ବିଲଡରଙ୍କର ରହିଛି ଅଶ୍ଳୀଳ ଫଟୋ । ଧିରେ ଧିରେ ଖୋଲୁଛି ଏହି ଲେଡି ବ୍ଲାକମେଲରଙ୍କ ଗୁମର । ପୋଲିସ ଏହି ମାମଲାରେ ଏକଦମ ଚୁପ୍ । ତଦନ୍ତ ଯେତିକି ଆଗଉଛି ଅର୍ଚ୍ଚନାଙ୍କ ହାଇପ୍ରୋଫାଇଲ ଲିଙ୍କ୍ ସେମିତି ଖୋଲିବାରେ ଲାଗିଛି । ପୋଲିସ ହାତରେ ଲାଗିଛି ଅର୍ଚ୍ଚନାଙ୍କ ଡାଏରୀ । ଯେଉଁଥିରେ କିଛି ପ୍ରତିଷ୍ଠିତ ବ୍ୟକ୍ତିଙ୍କର ନାଁ ବି ରହିିଛି । ସେହିପରି ଅର୍ଚ୍ଚନାଙ୍କ ଇମେଲଆଇଡିରୁ କିଛି ଖୁଲାସା ମିଳିଛି । ମେଲରେ ୨୦ ଦେହଜୀବିଙ୍କ ଫଟୋ ଏବଂ ତଥ୍ୟ ଥିବା ସୂଚନା ମିଳିଛି । କୋଲକାତା ଏବଂ ମୁମ୍ବାଇରୁ ଯୁବତୀଙ୍କୁ ଆଣି ଅର୍ଚ୍ଚନା ଚଳାଇଥିଲେ ହନି ଟ୍ରାପ୍ । ତାଙ୍କ ମାୟା ଜାଲରେ ପଡୁଥିଲେ ଫିଲ୍ମ ପ୍ରଯୋଜକ , ବିଲଡର ଏବଂ ପ୍ରତିଷ୍ଠିତ ବ୍ୟକ୍ତି । ୨୦୧୮ରୁ ଅର୍ଚ୍ଚନା ସେକ୍ସ ର‌୍ୟାକେଟ ଚଳାଇଥିବା ଚର୍ଚ୍ଚା ହେଉଛି । ଓକିଲାତି ପାଠ ନପଢି ନିଜକୁ ହାଇକୋର୍ଟ ଓକିଲ ପରିଚୟ ଦେଉଥିଲେ ।୨୦୧୫ରୁ ଭୁବନେଶ୍ୱର ଆସି ପ୍ରଥମେ ଏକ ପାର୍ଲରରେ କାମ କରୁଥିଲେ । ଆଗକୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ବାହାର କରିବା ପାଇଁ ଯୋଜନା କରୁଛି ପୋଲିସ । କେବଳ ଅର୍ଚ୍ଚନା ନୁହଁନ୍ତି ତାଙ୍କ ସ୍ୱାମୀ ଜଗବନ୍ଧୁ ମଧ୍ୟ ଘଟଣାରେ ସାମିଲ ଅଛନ୍ତି ।

LEAVE A REPLY

Please enter your comment!
Please enter your name here