ବଙ୍ଗୋପସାଗରରେ ସକ୍ରିୟ ଅଛି ଘୂର୍ଣ୍ଣିବଳୟ । ପ୍ରଭାବରେ ରାଜ୍ୟରେ ଲାଗି ରହିଛି ଝିପିଝିପି ବର୍ଷା । ଭିଜିବ ସମ୍ପୂର୍ଣ୍ଣ ଉପକୂଳ ଓଡିଶା । ଦକ୍ଷିଣ ବଙ୍ଗୋପସାଗରର ମଧ୍ୟଭାବରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଜିଠୁ ଉପକୂଳ ଓ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ଆରମ୍ଭ ହୋଇଛି ବର୍ଷା । ଭୁବନେଶ୍ୱର ସମେତ ଗଞ୍ଜାମ, ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ସକାଳୁ ବର୍ଷା ଲାଗି ରହିଛି । ପାଣିପାଗ ବିଭାଗ କହିଛି ଆଜି ବର୍ଷାର ବିସ୍ତ୍ରୃତି ବଢିବ । ସମ୍ପୂର୍ଣ୍ଣ ଉପକୂଳ ଓଡିଶାରେ ବିଜୁଳି ଘଡଘଡି ସହ ରହିବ ବର୍ଷାର ପ୍ରଭାବ । ସେହିପରି ଦକ୍ଷିଣ ଉପକୂଳରେ କିଛି ଜିଲ୍ଲାରେ ପ୍ରବଳ ବର୍ଷାର ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ନେଇ ଆଜି ପାଇଁ ପୁରୀ , ଗଞ୍ଜାମ, ଗଜପତି ଜିଲ୍ଲାର ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ବଜ୍ରପାତ ଏବଂ ଘଡଘଡି ପାଇଁ ଆଉ କିଛି ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । କଟକ, ଭୁବନେଶ୍ୱରରେ ଦିନ ତମାମ ମେଘୁଆ ପାଗ ସହ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏଥିସହିତ କିଛି ଅଞ୍ଚଳରେ ବର୍ଷାର ତ୍ରିବତା ଘଣ୍ଟାପ୍ରତି ୨ ରୁ ୩ ସେଣ୍ଟିମିଟର ଯାଏ ରହିପାରେ ।

LEAVE A REPLY

Please enter your comment!
Please enter your name here