ବହୁ ଚର୍ଚ୍ଚିତ ନର୍ସ ନିହାରୀକା ହତ୍ୟାକାଣ୍ଡ ଘଟଣା ଉପରୁ ପରଦା ଉଠାଇଲା ପୋଲିସ | ରାଜା ହିଁ ନିହାରିକାଙ୍କୁ ହତ୍ୟା କରିଛି | ନିଜର ସମସ୍ତ ଭୁଲକୁ ମାନିଛି ରାଜା | ନୀହାରିକାଙ୍କ ତଣ୍ଟିଚିପି ହତ୍ୟା କରିଛି ରାଜା | କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା, ଯାହା ଫଳରେ ରାଜା ଉତକ୍ଷିପ୍ତ ହୋଇ ନୀହାରିକାଙ୍କୁ ହତ୍ୟା କରିଛି | କଟକର ଚାଉଳିଆଗଞ୍ଜର ଅପାଣିଆ ଅଂଚଳରେ ଥିବା ନିଜ ସାଙ୍ଗର ଏକ ଭଡ଼ାଘରକୁ ନେଇ ନୀହାରିକାଙ୍କୁ ହତ୍ୟା କରିଛି । ହତ୍ୟାପରେ ନିଜର ମୋଟର ସାଇକେଲରେ ଅଖାରେ ନୀହାରିକାଙ୍କ ଶବକୁ ପୂରାଇ ନେଇ ଯାଇ ବିଲୁଆଖାଇ ନଦୀ ପଠାରେ ଫିଙ୍ଗିଦେଇଥିଲା । ନୀହାରିକାଙ୍କ ଶବକୁ ଅଖାରେ ପୂରାଇ ନେବା ବେଳେ ପାଖରେ ଥିବା ଏକ ସିସିଟିଭିରେ ଏହା ରେକର୍ଡ ହୋଇଛି ।

LEAVE A REPLY

Please enter your comment!
Please enter your name here