ତାତିରେ ରେକର୍ଡ ଭାଙ୍ଗିଲା ଭୁବନେଶ୍ବର । ଆଜି ଦିନ ସାଢେ 11ଟା ସୁଦ୍ଧା ତାପମାତ୍ରା 40 ଡିଗ୍ରୀ ଛୁଇଁଛି । ଦିନ ଦୁଇଟା ବେଳକୁ ରାଜଧାନୀର ତାପମାତ୍ରାରେ ଆହୁରି ଦୁଇ ତିନି ଡିଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ରହିଛି । ପ୍ରଚଣ୍ଡ ରୌଦ୍ରତାପରେ ସାରା ରାଜ୍ୟ ଜଳୁଥିବା ବେଳେ ରାଜଧାନୀ ଭୁବନେଶ୍ବର ତାପମାତ୍ରାରେ ରେକର୍ଡ ଭାଙ୍ଗିବାକୁ ଯାଉଛି । ଦିନ ସାଢେ 11 ଟା ସୁଦ୍ଧା ସର୍ବାଧିକ ତାପମାତ୍ରା ଝାରସୁଗୁଡାରେ 37.8 ଡିଗ୍ରୀ ରହିଥିବା ବେଳେ ବାଲେଶ୍ବରରେ 37. 2 ଡିଗ୍ରୀ ସେଲସିଅସ ରହିଛି ।
ଦିନ ସାଢେ 2ଟା ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ସର୍ବାଧିକ 41.2 ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି । ରାଜ୍ୟର ସବୁଠୁ ତତଲା ସହର ଭାବେ ରେକର୍ଡ କରିଛି ଭୁବନେଶ୍ବର । ସମ୍ବଲପୁରରେ 40.2 ଏବଂ ଝାରସୁଗୁଡାରେ 39.5 ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here