ନୂଆଦିଲ୍ଲୀ ଇତିହାସରେ ଆଜି ଯୋଡିହେବ ଆଉ ଏକ ନୂଆ ଫର୍ଦ୍ଦ । କର୍ତ୍ତବ୍ୟପଥର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପଟେ ଇଣ୍ଡିଆ ଗେଟରେ ନେତାଜୀଙ୍କ ପ୍ରତିମୂର୍ତ୍ତୀକୁ ମଧ୍ୟ ମୋଦି ଅନାବରଣ କରିବେ । ନୂଆଦିଲ୍ଲୀର ସେଣ୍ଟ୍ରାଲ ଭିଷ୍ଟା ଏଭେନ୍ୟୁ ଉଦଘାଟନ କରିବେ । ଏହି ଅଞ୍ଚଳକୁ ପୁରା ନୂଆ ରୂପ ଦିଆଯାଇଛି । ଇଣ୍ଡିଆ ଗେଟ୍ ଠାରୁ ରାଷ୍ଟ୍ରପତି ଭବନ ଅଞ୍ଚଳ ହେଉଛି ସେଣ୍ଟ୍ରାଲ ଭିଷ୍ଟା ଏଭେନ୍ୟୁ । ଏହାର ଆଧୁନିକରଣ କରାଯାଇଛି । ଚାରିଆଡେ ସବୁଜିମା ପରିବେଶ ସୃଷ୍ଟି ହୋଇଛି । ଭେଣ୍ଡିଂ ଜୋନ୍‌, ପାର୍କିଂ ଜୋନ୍‌, ୧୬ଟି ରାଜ୍ୟର ଫୁଡ୍ ଷ୍ଟଲ, ଟଏଲେଟ୍ ଆଦି ଏଠାରେ ନିର୍ମିତ ହୋଇଛି । ଗତବର୍ଷ ଫେବ୍ରୁଆରୀ ୧ ରେ ଏହାର ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଥିଲା । ପ୍ରାୟ ୨୦ ମାସ ପରେ ଏହି ଅଞ୍ଚଳ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ ।

LEAVE A REPLY

Please enter your comment!
Please enter your name here