କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହେବ ପିଏମ୍‌-ଶ୍ରୀ ସ୍କୁଲ । ଏନେଇ ଆଜି କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ପିଏମ୍‌-ଶ୍ରୀ ବା ପ୍ରଧାନମନ୍ତ୍ରୀ ସ୍କୁଲସ ଫର ରାଇଜିଂ ଇଣ୍ଡିଆ ଯୋଜନାରେ ଦେଶର ୧୪ ହଜାର କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ନବୋଦୟ ବିଦ୍ୟାଳୟର ନବୀକରଣ ଏବଂ ଉନ୍ନତିକରଣ କରାଯିବ । ଏହି ସବୁ ସ୍କୁଲ ଗୁଡିକ ବୈଷୟିକ ଗ୍ୟାନ କୌଶଳରେ ସମୃଦ୍ଧ ହେବ । ଏଥିଲାଗି ୫ ବର୍ଷରେ ୨୭ ହଜାର ୩୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପିଏମ୍‌-ଶ୍ରୀ ସ୍କୁଲ ଯୋଜନାରେ ଦେଶର ୧୮ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ ।

LEAVE A REPLY

Please enter your comment!
Please enter your name here