୨୫ ଅକ୍ଟୋବର ବା ଆଜି ଧନତ୍ରୋୟଦଶୀ ବା ଧନତେରସ | ଏହି ତିଥି ସହ ଦେଶରେ ୫ ଦିବସୀୟ ଦିପୋତ୍ସବ ଆରମ୍ଭ ହେବ | ଧନତେରସରେ ଲକ୍ଷ୍ମୀ, କୁବେର, ଧନ୍ୱନ୍ତରୀଙ୍କ ସହ ଯମରାଜାଙ୍କୁ ପୂଜା କରାଯିବା ନେଇ ପରମ୍ପରା ରହିଛି | ଏଥିସହ ଆଜିର ଦିନରେ ସୁନା କିଣିଲେ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି | ଘରକୁ ସୁନା ଆଣିଲେ ଲକ୍ଷ୍ମୀ ବିଜେ କରନ୍ତି ବୋଲି ବିଶ୍ୱାସ ରହିଥିବା ବେଳେ ଆଜି ବିଭିନ୍ନ ସୁନା ଦୋକାନମାନଙ୍କରେ ଗ୍ରାହକଙ୍କ ପ୍ରବଳ ଭିଡ ଜମି ଥିବା ଦେଖିବାକୁ ମିଳିଛି | ଆଗକୁ ବାହାଘର ସିଜିନ ଥିବା ବେଳେ ଏବେ ବଜାରରେ ସୁନା ଦର ବି ଖସିଛି | ଏଭଳି ସମୟରେ ଚଳିତବର୍ଷ ଧନତେରସ ପାଇଁ ଗ୍ରାହକ ବେଶ୍ ଉତ୍ସାହିତ ଅଛନ୍ତି | ଚଳିତ ବର୍ଷ ସୋ ରୁମ୍ ଗୁଡିକ ପ୍ରାୟ ୧୨ କ୍ୱିଣ୍ଟାଲ ସୁନା ଆଣିଥିବା ସୂଚନା ମିଳିଛି | ପାରମ୍ପରିକ ଅଳଙ୍କାର ସହିତ ନୂଆ ନୂଆ ଡିଜାଇନ୍ ଓ ଟ୍ରେଣ୍ଡର ଅଳଙ୍କାର ବି ଆସିଛି | ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୨୦ରୁ ୨୫ ପ୍ରତିଶତ ଅଧିକ ବ୍ୟବସାୟ କରିବା ଆଶାରେ ରହିଛନ୍ତି ଗହଣା ବ୍ୟବସାୟୀ | ଗତ ଦୁଇ ଦିନ ଧରି ରାଜ୍ୟର ଅନେକ ଜିଲ୍ଲାରେ ଲାଗି ରହିଛି ଲଘୁଚାପ ବର୍ଷା ବାଧା ସୃଷ୍ଟି କରିବା ନେଇ ଆଶଙ୍କା କରାଯାଇଛି | ଏବେ ଭୁବନେଶ୍ୱରେ ସୁନା ଦର ୧୦ ଗ୍ରାମ ପିଛା ୩୭ ହଜାର ୬୦୦ ଟଙ୍କା ଓ ରୂପା କିଲୋ ପିଛା ଦର ୪୬ ହଜାର ୯୦୦ ଟଙ୍କା ରହିଛି | ତେବେ ଧନତେରସକୁ ନଜରରେ ବିଭିନ୍ନ ଜୁଏଲାରୀ ଦୋକାନ ଗ୍ରହକଙ୍କୁ ଆକର୍ଷିତ କରିବାକୁ ସୁନା, ରୂପା, ହୀରା ଗହଣା ଉପରେ ଆକର୍ଷଣୀୟ ଅଫର ବି ରଖିଛନ୍ତି |

LEAVE A REPLY

Please enter your comment!
Please enter your name here