ଆପ୍ କାର୍ଯ୍ୟାଳୟରେ ଚାଲିଛି ସେଲିବ୍ରେସନ । ଏହି ସେଲିବ୍ରେସନ ଭିତରେ ଗୋଟିଏ ନିଆରା ଦୃଶ୍ୟ ସାମ୍ନାକୁ ଆସିଥିଲା । ମିନି କେଜ୍ରିୱାଲ । ମୁଣ୍ଡରେ ଆପ୍ ଟୋପି, ଆଖିରେ ଚଷମା ଏବଂ ମଫଲର । ପୁରା ଅରବିନ୍ଦ କେଜିରୱାଲଙ୍କ ଗେଟଅପରେ ସଜେଇ ହୋଇଛି ଏହି କୁନି ପିଲା । ଆଉ ସେମାନଙ୍କ ପରିବାରଙ୍କ କହିବା କଥା ହେଲା, ଯେହେତୁ ସେ କେଜ୍ରିୱାଲଙ୍କୁ ବହୁତ ଭଲ ପାଆନ୍ତି ଏବଂ କେଜ୍ରିୱାଲଙ୍କ ଆଦେଶରେ ସେମାନେ ଅନୁପ୍ରାଣିତ ତେଣୁ ଆଜି ତାଙ୍କର ଛୁଆକୁ କେଜିରୱାଲ ଗେଟଅପରେ ସଜେଇଛନ୍ତି । ଏବଂ ବଡ ହେଲେ ସେ କେଜ୍ରିୱାଲଙ୍କ ପରି ହେଉ ବୋଲି ସେମାନେ ଆଶା ରଖିଛନ୍ତି । ଏହି ମିନି କେଜିରୱାଲଙ୍କୁ ଦେଖି ତାଙ୍କ ପାଖରେ ଲାଗିଥିଲା ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ ।

LEAVE A REPLY

Please enter your comment!
Please enter your name here