ଦେଶର ୪୮ ତମ ପ୍ରଧାନବିଚାରପତି ଭାବରେ ଶପଥ ନେଇଛନ୍ତି ଜଷ୍ଟିସ୍ ଏନ.ଭି ରମନା । ରାଷ୍ଟପ୍ରତି ରାମନାଥ କୋବିନ୍ଦଙ୍କଠାରୁ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ଦେଶର ନୂଆ ପ୍ରଧାନ ବିଚାରପତି । ରାଷ୍ଟ୍ରପତି ଭବନର ଅଶୋକା ହଲରେ ନିର୍ଦ୍ଦିଷ୍ଟ ଅତିଥିଙ୍କୁ ନେଇ ଆଜି ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କୋଭିଡ କଟକଣା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଉପରାଷ୍ଟ୍ରପତି, ଆଇନମନ୍ତ୍ରୀ ଓ ସୁପ୍ରିମକୋର୍ଟର ବିଚାରପତି ଉପସ୍ଥିତ ଥିଲେ । ଜଷ୍ଟିସ୍ ରମଣା ୨୭ ଅଗଷ୍ଟ ୧୯୫୭ରେ ଆନ୍ଧ୍ରପ୍ରଦେଶର ଏକ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସାମ୍ବାଦିକ ଭାବରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଆନ୍ଧ୍ରପ୍ରଦେଶର ଏକ ତେଲୁଗୁ ଖବରକାଗଜରେ ସେ ସାମ୍ବାଦିକ ଥିଲେ । ଏହାପରେ ବିଜୟୱାଡାରେ ଆଇନଜିବି ଭାବରେ କାର୍ଯ୍ୟ କରିଥିଲେ । ୨୦୧୪ରେ ସୁପ୍ରିମକୋର୍ଟ ବିଚାପତି ଭାବରେ ଦାୟିତ୍ୱ ସମ୍ଭାଳିଥିଲେ ।

LEAVE A REPLY

Please enter your comment!
Please enter your name here