ସିସୋର ଚିଟଫଣ୍ଡ ମାମଲାରେ 2017ରେ ସିବିଆଇ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କୁ ଗିରଫ କରିଥିଲା । ସିସୋର କଂପାନୀ ସହ ଏକ ଜମି କିଣାବିକା କାରବାରକୁ ନେଇ ପ୍ରଭାତ ବିଶ୍ବାଳ 25 ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ମଧ୍ୟ ହୋଇଥିଲା । ସିସୋର ଚିଟଫଣ୍ଡ ଠକେଇ ମାମଲାର ତଦନ୍ତ କରୁଥିବା ସିବିଆଇ ତାଙ୍କୁ ଗିରଫ କରିଥିଲା । ଦୀର୍ଘଦିନ ସେ ବିଚାର ବିଭାଗ ହାଜତରେ ରହିବା ପରେ ସେ ହାଇକୋର୍ଟରୁ ଜାମିନରେ ଆସିଥିଲେ । ମାତ୍ର ସିବିଆଇ ଏହି ମାମଲାରେ ଚାର୍ଜଫ୍ରେମ କରି ନ ଥିଲା । ତେଣୁ ତାଙ୍କୁ ଏହି ମାମଲାରୁ ବାଦ୍ ଦେବା ପାଇଁ ପ୍ରଭାତ ହାଇକୋର୍ଟରେ ଆବେଦନ କରିଥିଲେ । ହାଇକୋର୍ଟ ଦୁଇମାସ ମଧ୍ୟରେ ଚାର୍ଜଫ୍ରେମ ଦାଖଲ କରିବା ସହ ବର୍ଷକ ମଧ୍ୟରେ ମାମଲା ଫଇସଲା ଫାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ସିବିଆଇ ପକ୍ଷରୁ ଭୁବନେଶ୍ବର ସ୍ଥିତ ସିବିଆଇ କୋର୍ଟରେ ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀଙ୍କ ନାଁରେ ଚାର୍ଜଫ୍ରେମ୍ ଦାଖଲ କରିଛି ।
ପ୍ରଭାତ ବିଶ୍ବାଳଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରାଯାଇଥିବା ବେଳେ ଗତ 2022ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ 3କୋଟି 92 ଲକ୍ଷ ଟଙ୍କା ବ୍ୟାଜାପ୍ତ କରିଥିଲା । ତେବେ ଆଗକୁ ନିର୍ବାଚନ ଆସୁଥିବା ବେଳେ ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ସକ୍ରୀୟ ହେବା ରାଜନେତାଙ୍କୁ ଆତଙ୍କିତ କରିଛି ।

LEAVE A REPLY

Please enter your comment!
Please enter your name here