ଏବେ ଧରାପଡିଗଲା ବନ୍ଧୁତାର ନିବୀଡତା I ପ୍ରଥମେ ବନ୍ଧୁତାର ଦ୍ବାହି ଦେଲେ, ଅନୁରୋଧ କଲେ, ତା ପରେ ସିଧାସଳଖ ଆକ୍ରମଣର ଧମକ I ଇଏ ହେଉଛି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନ୍ତରଙ୍ଗ ସଂପର୍କର ପରିଣାମ I କରୋନା ସଂକ୍ରମଣରେ ଆମେରିକାରେ ଦଶ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିବା ପରେ ଆମେରିକା କୋଭିଡ 19 ର ମୁକାବିଲା ପାଇଁ ଭାରତକୁ ଔଷଧ ମାଗିଥିଲା I ଏପର୍ଯ୍ୟନ୍ତ ଯଦିଓ କୋଭିଡ 19 ନିରାକରଣ ପାଇଁ କିଛି ନିର୍ଦ୍ଧିଷ୍ଟ ଔଷଧ ବାହାରିନି, କିନ୍ତୁ ମ୍ୟାଲେରିଆ ରୋଗ ପାଇଁ ଦିଆଯାଉଥିବା ହାଇଡ୍ରକ୍ସିକ୍ଲୋରୋକ୍ବିନକୁ କୋଭିଡ 19 ପାଇଁ ସବୁଠୁ ଭଲ ଔଷଧ ଭାବେ ବିଚାର କରାଯାଉଛି I ରୋଗୀମାନଙ୍କୁ ଏହି ଔଷଧ ଦିଆଯାଇ ଚିକିତ୍ସା କରାଯାଉଛି I ମାତ୍ର ଭାରତରେ କରୋନା ରୋଗ ବ୍ୟାପିବା ପରେ ଗତ ମାସରେ ଭାରତ ସରକାର ଏଭଳି ଔଷଧର ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି I ତେବେ ଆମେରିକା ପାଖରେ କୋଭିଡ 19ର ଚିକିତ୍ସା ପାଇଁ ଆବଶ୍ୟକ ଔଷଧ ନ ଥିବାରୁ ଭାରତକୁ ଔଷଧ ପଠାଇବାକୁ କହିଛି I କିନ୍ତୁ ଭାରତରେ କରୋନା ସଂକ୍ରମଣ ବଢି ଚାଲିଥିବାରୁ ଆମେରିକାର ଅନୁରୋଧକୁ ଯଦି ଭାରତ ପ୍ରତ୍ୟାଖାନ କରେ, ତେବେ ଆମେରିକା କଣ କରିବ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଭାରତ ଉପରେ ଆକ୍ରମଣ କରାଯିବ I ଟ୍ରମ୍ପ କହିଛନ୍ତି, ମୋଦୀଙ୍କ ସହ ସେ ବାରମ୍ବାର ଆଲୋଚନା କରିଛନ୍ତି I ଭାରତ ସହ ଆମେରିକାର ଭଲ ସଂପର୍କ ରହିଛି I ଆମେରିକା ଭାରତକୁ ବିଭିନ୍ନ କ୍ଷେତ୍ରରେ ଭାରତକୁ ସାହାଯ୍ୟ କରିଆସୁଛି I ତେଣୁ ଆମେରିକାର ଅନୁରୋଧକୁ ଭାରତ ପ୍ରତ୍ୟାଖାନ କରିବନି ବୋଲି ସେ ବିଶ୍ବାସ କରୁଛନ୍ତି I କିନ୍ତୁ ଭାରତ ପ୍ରତ୍ୟାଖାନ କଲେ ଆମେରିକା ପ୍ରତିଶୋଧ କାହିଁକି ନ ନେବ ବୋଲି ଟ୍ରମ୍ପ କହିଛନ୍ତି I

LEAVE A REPLY

Please enter your comment!
Please enter your name here