ଆଜିଠୁ ଆରମ୍ଭ ହେଇଛି ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ । ମୋଟ ୩୦ ଦିନ କାର୍ଯ୍ୟଦିବସ ରହିଥିବା ଏଥର ବିଧାନସଭା ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୮ ତାରିଖ ଯାଏଁ ଚାଲିବ । ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଥମେ ତାଙ୍କର ଅଭିଭାଷଣ ରଖିଛନ୍ତି । ୨୬ ତାରିଖରେ ବିଧାନସଭାର ଉପବାଚସ୍ପତି ପାର୍ଥୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ୨୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଶାସକ ବିଜୁ ଜନତା ଦଳ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ଉପବାଚସ୍ପତି ପାର୍ଥୀ ଘୋଷଣା କରିଛି । ଉପବାଚସ୍ପତି ନିର୍ବାଚନ ପରେ ୨୮ ତାରିଖରେ ନବିନଙ୍କ ପଚଂମ ପାଳିର ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯ -୨୦ର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ୨୮ ତାରିଖରେ ବଜେଟ ଉପସ୍ଥାପନ ପରେ ଅଗଷ୍ଟ ୧ ଓ ୨ ତାରିଖରେ ବଜେଟ ଉପରେ ଆଲୋଚନା ହେବ । ନିର୍ବାଚନ ପୂର୍ବରୁ ପୂର୍ବମନ୍ତ୍ରୀ ମଣ୍ଡଳର ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ୨୦୧୯-୨୦ ଆର୍ଥିକ ବର୍ଷର କାମଚଳା ବଜେଟ ଉପସ୍ଥାପନ କରିଥିଲେ । ଏହି କାମଚଳା ବଜେଟରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବ୍ୟୟବରାଦ କରାଯାଇଥିଲା । ଚଳିତ ବିଧାନସଭାର ବଜେଟ ଉପସ୍ଥାପନ ଏବଂ ବଜେଟ ଉପରେ ଆଲୋଚନା ପରେ ଅଗଷ୍ଟ ୩ ରୁ ୧୧ ଯାଏଁ ଛୁଟି ରହିବ । ୧୨ ତାରିଖରୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପରେ ଆଲୋଚନା ହେବ । ଜୁଲାଇ ୩୧ ତାରିଖରେ ୨୦୧୯-୨୦ ଆର୍ଥିକ ବର୍ଷର ବ୍ୟୟମଞ୍ଜୁରୀ ବିଲ ଆଗତ ହୋଇ ପାରିତ ହେବ । ଅଗଷ୍ଟ ୩,୬,୮ ତାରିଖରେ ବିଧାନସଭାର ବେସରକାରୀ କାର୍ଯ୍ୟଦିବସ ରହିଛି ।

LEAVE A REPLY

Please enter your comment!
Please enter your name here