15 ତାରିଖ ସକାଳୁ କଳିଙ୍ଗ ଷ୍ଟାଡିୟମ 9 ନମ୍ବର ଗେଟ୍ ପାଖରେ ଥିବା ଟିକେଟ କାଉଣ୍ଟର ପାଖରେ ଭଙ୍ଗାରୁଜା କରିଛନ୍ତି କିଛି ସାଧାରଣ ଦର୍ଶକ. ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବର ଟିକେଟ ନ ମିଳିବାରୁ ଏପରି ହୋଇଥିବା କୁହାଯାଇଛି. ସୂଚନା ମୁତାବକ, ରାତି ପାହିବା ଆଗରୁ ଆସି ଧାଡିରେ ଠିଆ ହୋଇ ଟିକେଟ ନେବା ପାଇଁ ଅପେକ୍ଷା କରିଥିଲେ କିଛି ଦର୍ଶକ. ମାତ୍ର ପରେ ଟିକେଟ ମିଳିବ ନାହିଁ ବୋଲି କୁହାଯାଇଥିଲା. ଫଳରେ ପରିଣାମ ସ୍ୱରୂପ ସେମାନେ ଭଙ୍ଗାରୁଜା କରିଥିଲେ. ଉଦଘାଟନୀ ଉତ୍ସବ ପାଇଁ ସାଧାରଣ ଲୋକଙ୍କୁ ଟିକେଟ ମିଳିବ ବୋଲି ପୂର୍ବରୁ କୁହାଯାଇଥିଲା. ଏଥିପାଇଁ ଗତକାଲି ରାତିରୁ ଲୋକେ 9 ନମ୍ବର ଗେଟ୍ ପାଖ ଟିକେଟ କାଉଣ୍ଟରରେ ଧାଡି ହୋଇ ଛିଡା ହୋଇଥିଲେ. ହେଲେ ଆଜି ସକାଳେ ଗେଟ୍ ପାଖରେ ଟିକେଟ ନଟ୍ ଆଭେଲେବୁଲ ବୋଲି ନୋଟିସ ଲଗାଯାଇଥିଲା. ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା.

LEAVE A REPLY

Please enter your comment!
Please enter your name here