କରୋନାର ଦ୍ବିତୀୟ ଲହର ସଂକ୍ରମଣକୁ ରୋକିବା ପାଇଁ ସରକାର ନେଇଥିବା ପଦକ୍ଷେପ ମଧ୍ୟରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଆସନ୍ତାକାଲିଠୁ 45 ବର୍ଷରୁ ଅଧିକ ବୟସର ଲୋକ ଟିକା ନେଇପାରିବେ । ପୂର୍ବରୁ ଟିକା ଉତ୍ପାଦନକୁ ନଜରରେ ରଖି କେନ୍ଦ୍ର ସରକାର ପ୍ରଥମେ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ, ଡାକ୍ତର, ନର୍ସ ଭଳି କୋଭିଡ ଯୋଦ୍ଧାମାନଙ୍କ ଟିକାକରଣ ଉପରେ ଗୁରୁତ୍ବ ଦେଇଥିଲେ । ଆଗଧାଡିର କୋଭିଡ ଯୋଦ୍ଧାମାନଙ୍କ ଟିକାକରଣ ପରେ ସରକାର ବରିଷ୍ଠ ନାଗରିକଙ୍କ ଟିକାକରଣ ଉପରେ ଗୁରୁତ୍ବ ଦେଇଥିଲେ । ଏଥିସହିତ ବିଭିନ୍ନ ରୋଗରେ ପୀଡିତ 45ରୁ ଅଧିକ ବୟସର ନାଗରିକଙ୍କୁ ଟିକା ଦେବା ପାଇଁ ସରକାର ଅନୁମତି ଦେଇଥିଲେ । ଆସନ୍ତାକାଲିଠୁ ଅର୍ଥାତ ଏପ୍ରିଲ ପହିଲାରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କରିଥିବା ଘୋଷଣା ଅନୁଯାୟୀ 45ରୁ ଅଧିକ ବୟସର ଯେକୌଣସି ଲୋକ ଟିକା ନେଇପାରିବେ । ଟିକାକରଣକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଏହି ନିଷ୍ପତ୍ତି ଦେଶବାସୀଙ୍କୁ ଆଶ୍ବସ୍ତ କରିଛି । ତେବେ ଆସନ୍ତାକାଲିଠୁ ହେଉଥିବା ଟିକାକରଣ ପର୍ଯ୍ୟାୟରେ ସାଧାରଣ, ମଧ୍ୟମ ବର୍ଗର ବହୁ ଲୋକ ଅନ୍ତର୍ଭୁକ୍ତ ହେଉଥିବାରୁ ସେମାନଙ୍କ ଭିତରେ ଅଧିକ ବିପଦ ସମ୍ଭାବନା ଥିବା ସୁପରସ୍ପ୍ରେଡରଙ୍କୁ ଚେକ୍ କରିବା ପାଇଁ ବିଭାଗୀୟ କର୍ତୃପକ୍ଷ ଜିଲ୍ଲା ଅଧିକାରୀମାନଙ୍କୁ ଚିଠି ଲେଖିଛନ୍ତି ।

LEAVE A REPLY

Please enter your comment!
Please enter your name here