ଚାକିରୀରୁ ସ୍ବେଚ୍ଛାକୃତ ଅବସର ନେଲେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ସଚିବ ତଥା ଫାଇଭ୍ ଟି ସଚିବ ଭି.କେ. ପାଣ୍ଡିୟାନ । କେନ୍ଦ୍ର ସରକାରଙ୍କ କାର୍ମିକ ବିଭାଗ ପାଣ୍ଡିୟାନଙ୍କ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନପତ୍ରକୁ ମଂଜୁରୀ ଦେଇଛି । ଗତ 20 ତାରିଖରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କ କାର୍ମିକ ବିଭାଗକୁ ପାଣ୍ଡିୟାନଙ୍କ ସ୍ବେଚ୍ଛାକୃତ ଅବସର ଆବେଦନପତ୍ର ପଠାଯାଇଥିଲା । ପୂର୍ବରୁ ଚାକିରୀରେ ଥିବା ବେଳେ ପାଣ୍ଡିୟାନ ହେଲିକପ୍ଟରରେ ସବୁ ଜିଲ୍ଲାକୁ ଗସ୍ତ କରି ଲୋକଙ୍କ ଅଭିଯୋଗ ଶୁଣିବା, ସାଧାରଣ ସଭା କରିବା ନେଇ ବିରୋଧୀ ଆପତ୍ତି ଉଠାଇଥିଲେ । ଏପରିକି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ସରକାରୀ ଅର୍ଥ ଖର୍ଚ୍ଚ କରି ପାଣ୍ଡିୟାନ ରାଜନୀତିକୁ ଆଶିବା ଆଗରୁ ପ୍ରି-ଲଞ୍ଚିଂ କରୁଛନ୍ତି ବୋଲି କହିଥିଲେ । ଯଦି ରାଜନୀତି କରିବାର ଅଛି ତେବେ ପାଣ୍ଡିୟାନ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଆହ୍ବାନ ଦେଉଥିଲେ । ଏବେ ଚାକିରୀରୁ ସ୍ବେଚ୍ଛାକୃତ ଅବସର ନେବା ପରେ ଭି.କେ. ପାଣ୍ଡିୟାନ ସିଧାସଳଖ ରାଜନୀତି ମଇଦାନକୁ ଓହ୍ଲାଇବା ସ୍ପଷ୍ଟ ହୋଇଯାଇଛି ।

ଚାକିରୀରୁ ପାଣ୍ଡିୟାନଙ୍କ ଇସ୍ତଫା ପରେ ରାଜ୍ୟ ରାଜନୀତିରେ ଉଷ୍ମତା ବୃଦ୍ଧି ପାଇଛି । ପାଣ୍ଡିୟାନ ରାଜନୀତିକୁ ଆସିଲେ ଆମେ ସ୍ବାଗତ କରିବୁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା । ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, ପାଣ୍ଡିୟାନଙ୍କ ଇସ୍ତଫା ସହ ଏକ କଳଙ୍କିତ ଅଧ୍ୟାୟର ପରିସମାପ୍ତି ଘଟିଲା । ବ୍ୟୁରୋକ୍ରାଟମାନେ ନିଜର ଦାୟିତ୍ବ ଠିକଣା ଭାବେ ନିର୍ବାହ କରିପାରିବେ ।
ବିଜେପି କହିଛି, ପାଣ୍ଡିୟାନଙ୍କ ଇସ୍ତଫା ଓଡିଶା ରାଜନୀତିକୁ ପ୍ରଭାବିତ କରିବ ନାହିଁ । ପାଣ୍ଡିୟାନଙ୍କ ପାଇଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା 16 ପ୍ରତିଶତ ହ୍ରାସ ପାଇଛି । ତେଣୁ ପାଣ୍ଡିୟାନ ରାଜନୀତି କଲେ ବିଜେଡି ଅଧିକ କ୍ଷତିଗ୍ରସ୍ତ ହେବ ।

LEAVE A REPLY

Please enter your comment!
Please enter your name here