ମାଟ୍ରିକ ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ । ମୂଲ୍ୟାୟନରେ ତ୍ରୁଟି ହୋଇଛି ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅଭିଯୋଗ କରିବା ପରେ ପ୍ରେସମିଟରେ ଉତ୍ତର ରଖିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ୪ ବର୍ଷର ପ୍ରଦର୍ଶନକୁ ବିଚାର କରି ମୂଲ୍ୟାୟନ ହୋଇଛି । ୨୦୧୭, ୨୦୧୮, ୨୦୧୯, ୨୦୨୦ ବର୍ଷର ପ୍ରଦର୍ଶନ ବିଚାର କରାଯାଇଛି । ଗତବର୍ଷ ତୁଳନାରେ A-1ରେ ୨ ଗୁଣା ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେହିପରି A-2ରେ ତିନିଗୁଣାରୁ ଅଧିକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଶ୍ରେଣୀଗୃହ ପାଠପଢ଼ା ହୋଇ ନଥିବାରୁ ସେଥିପ୍ରତି ଧ୍ୟାନ ଦେଇ ପାଠ୍ୟକ୍ରମ କମା ଯାଇଥିଲା । ଶହେ ଦିନର ପାଠପଢ଼ା ପରେ ମେ ୩ ତାରିଖରେ ପରୀକ୍ଷା ହେବାର ଥିଲା । ଦ୍ୱନ୍ଦ୍ୱ ଦୂର ପାଇଁ ଅତିରିକ୍ତ କ୍ଲାସ କରାଯାଇଥିଲା । ପରୀକ୍ଷା ଦର୍ପଣ ନାଁରେ ଏକ ପ୍ରଶ୍ନ ପାର୍ଟନ ମଧ୍ୟ ଦିଆଯାଇଥିଲା । ୯୨ ଦିନ ପର‌୍ୟ୍ୟନ୍ତ ପାଠପଢ଼ା ପରେ କରୋନା ପାଇଁ ସ୍କୁଲ୍ ବନ୍ଦ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଜୀବନର ସୁରକ୍ଷା ପାଇଁ ସରକାର ମାଟ୍ରିକ ପରୀକ୍ଷାକୁ ବାତିଲ୍ କରିବା ସହ ବିକଳ୍ପ ବ୍ୟବସ୍ଥା କରିବାକୁ ବୋର୍ଡ କହିଥିଲେ । ମାଧ୍ୟମିକ ଶିକ୍ଷା ପରିଷଦ ବିଚାରବିମର୍ଶ, ପରାମର୍ଶ ପରେ ବିକଳ୍ପ ଆସେସମେଣ୍ଟ ବ୍ୟବସ୍ଥା କରିଥିଲା । ଏହାକୁ ୱେବସାଇଟରେ ଦିଆଯାଇ ସବୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ପଠା ଯାଇଥିଲା । ମେ ୭ ତାରିଖରେ ଉକ୍ତ ଗାଇଡଲାଇନକୁ ସାର୍ବଜନୀନ କରାଯାଇଥିଲା । ସେହି ଅନୁସାରେ, ନବମ ଓ ଦଶମ ଶ୍ରେଣୀର ମାର୍କକୁ ଫଳାଫଳ ମୂଲ୍ୟାୟନ କରାଯାଇଥିଲା । ସ୍କୁଲ୍ ମାନେ ମାର୍କ ଅପଲୋଡ୍ କରିବା ପରେ ମୂଲ୍ୟାୟନ ହୋଇଥିବା ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ପରୀକ୍ଷା ବାତିଲ୍ ପରେ ବୋର୍ଡ କର୍ତ୍ତୃପକ୍ଷ ଶିକ୍ଷାବିତ୍, ଡିଇଓ ଓ କୋର୍ କମିଟି ସହ ଆଲୋଚନା କରିଥିଲା ।

ସେହିପରି ୨୨ଟି ସ୍କୁଲର ରେଜଲ୍ଟ ବଦଳିବା ବାବଦରେ ସ୍ପଷ୍ଟୀକରଣ ରଖିଛନ୍ତି ବୋର୍ଡ କର୍ତ୍ତୁପକ୍ଷ । ଜଗତସିଂହପୁର ଜିଲ୍ଲାର ୨୨ଟି ସ୍କୁଲ ବାବଦରେ ମତ ରଖିଛନ୍ତି । ନୂଆ କୋଡ୍ ପାଇଁ ଅସୁବିଧା ଥିବାରୁ ରେଜଲ୍ଟ ପରିବର୍ତ୍ତନ କରାଗଲା ।

LEAVE A REPLY

Please enter your comment!
Please enter your name here