ରାଜଧାନୀ ଭୁବନେଶ୍ୱରକୁ ଆହୁରି ସ୍ମାର୍ଟ କରିବା ପାଇଁ ବିଭିନ୍ନ ଯୋଜନା ହାତକୁ ନେଇଛି ଭୁବନେଶ୍ୱର ମହାନଗର ନିଗମ । ସ୍ମାର୍ଟ ଟ୍ରାଫିକ୍ ବ୍ୟବସ୍ଥା, ଶୁଦ୍ଧ ପାନୀୟ ଜଳ ଯୋଗାଣ, ସହରର ସୌନ୍ଦର୍ଯ୍ୟକରଣ ଆଦି ଯୋଜନା ପରେ ଏବେ ସହରକୁ ସଫା ରଖିବା ପାଇଁ ବିଭିନ୍ନ ସ୍ଥାନରେ 60 ଟି ମଡୁଲାର ଟଏଲେଟ ସ୍ଥାପନ କରିବାକୁ ଯୋଜନା କରୁଛି ମହାନଗର ନିଗମ । ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟ ସିଟି ଭୁବନେଶ୍ୱରର 30 ଟି ନିର୍ଦ୍ଧଷ୍ଟ ସ୍ଥାନରେ ଏହି ଟଏଲେଟକୁ ରଖାଯିବ । ପ୍ରତ୍ୟେକ ସ୍ଥାନରେ ପୁରୁଷ ଏବଂ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଟଏଲେଟ୍ ରହିବ । 60 ଟି ମଡୁଲାର ଟଏଲେଟ ମଧ୍ୟରେ 40 ଟି ଅର୍ଦ୍ଧ ସ୍ୱ-ଚାଳିତ ହୋଇଥିବା ବେଳେ 20 ଟି ସଂପୂର୍ଣ୍ଣ ଭାବେ ସ୍ୱ-ଚାଳିତ ରହିଛି । ବ୍ୟବହାର ପରେ ସ୍ୱ-ଚାଳିତ ଟଏଲେଟ ଆପେ ଆପେ ସଫା ହୋଇଯାଏ । ସ୍ୱ-ଚାଳିତ ଟଏଲେଟ ବ୍ୟବହରା କରିବାକୁ ହେଲେ ବ୍ୟବହାରକାରୀଙ୍କୁ କାର୍ଡର ଆବଶ୍ୟକତା ପଡିବ । ହେଲେ ଅର୍ଦ୍ଧ ସ୍ୱ-ଚାଳିତ ଟଏଲେଟ ଏହାର କୌଣସି ଆବଶ୍ୟକତା ନାହିଁ । ତେବେ ଟଏଲେଟଗୁଡିକର ରକ୍ଷଣାବେକ୍ଷଣା ପାଇଁ ବ୍ୟବହାରକାରୀଙ୍କ ଠାରୁ ଅର୍ଥ ନିଆଯିବ ।

LEAVE A REPLY

Please enter your comment!
Please enter your name here