କ୍ୟାପିଟାଲ ହସ୍ପିଟାଲରେ କରୋନାରେ ଆକ୍ରାନ୍ତ ହେଲେଣି ପାଖାପାଖି ୧୩୦ କର୍ମଚାରୀ । କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡକ୍ଟର ଲକ୍ଷ୍ମୀଧର ସାହୁ ଏନେଇ ସୂଚନା ଦେଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୪୦ ଡାକ୍ତର , ୩୦ ଷ୍ଟାଫ୍ ନର୍ସ ଏବଂ ୪୦ ଲାବୋରେଟୋରୀ ଟେକ୍ନିସିଆନ୍ । ଏହାସହିତ ୧୦ରୁ ୧୫ ଜଣ ଫାର୍ମାସିଷ୍ଟ ମଧ୍ୟ ଅଛନ୍ତି । ହସ୍ପିଟାଲ କାର୍ଯ୍ୟ ପ୍ରଭାବିତ ହୋଇଛି । ଏବେ କମ କର୍ମଚାରୀରେ ଚାଲିଛି କ୍ୟାପିଟାଲ ହସ୍ପିଟାଲରେ କାମ । ତେବେ ଅପରାହ୍ନରେ ବନ୍ଦ ରଖାଯାଇଛି କ୍ୟାପିଟାଲ ହସ୍ପିଟାଲ ଓପିଡି । ଦିନର ପ୍ରଥମ ଭାଗରେ ୮ଟାରୁ ୧ଟା ପର୍ଯ୍ୟନ୍ତ ଚାଲୁଛି ଓପିଡି । ଅପରାହ୍ନରେ ୩ଟାରୁ ୫ଟା ପର୍ଯ୍ୟନ୍ତ ଚାଲୁଥିବା ଓପିଡି ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here