ଭୁବନେଶ୍ୱରରେ ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା । ଗଙ୍ଗପଡାରେ ଏକ ଘରୋଇ କଲେଜରେ ଜଣେ ଛାତ୍ର ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ର ହେଲେ ସୂର୍ଯ୍ୟପ୍ରକାଶ ପଲ୍ଲାଇ । ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର ଥିଲେ ସୂର୍ଯ୍ୟ । ଗତକାଲି ରାତିରେ ସୂର୍ଯ୍ୟପ୍ରକାଶ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଁଞ୍ଚିବା ପରେ କଲେଜ କର୍ତ୍ତୃପକ୍ଷ ତରବରିଆ ଭାବେ କବାଟ ଭାଙ୍ଗି ମୃତଦେହକୁ ଏମ୍ସକୁ ନେଇଥିଲେ ।
ସେପଟେ ସାମ୍ନାକୁ ଆସିଛି ସୂର୍ଯ୍ୟପ୍ରକାଶଙ୍କ ସୁଇସାଇଡ୍ ନୋଟ୍ । ୪୧୦ ନମ୍ବର ରୁମରୁ ସୁଇସାଇଡ୍ ନୋଟକୁ ଜବତ କରିଛି ପୋଲିସ । ସେଥିରେ ଓଡିଆରେ ଲେଖାହୋଇଛି ଯେ, ‘ମୁଁ କେଉଁ କାରଣରୁ ମରୁଛି ତାହା କହିପାରୁନି’ । ‘ସବୁ ଭୁଲ ମୋର, କଲେଜର କିଛି ଭୁଲ ନାହିଁ’ ଏହାସହ ସାଙ୍ଗମାନଙ୍କ ଭବିଷ୍ୟତ ନଷ୍ଟ ନହେଉ ବୋଲି ସୁଇସାଇଡ୍ ନୋଟରେ ଉଲ୍ଲେଖ ରହିଛି । ଆଇ ଲଭ ୟୁ ମାମା ବୋଲି ଲେଖାଯାଇଛି ।

LEAVE A REPLY

Please enter your comment!
Please enter your name here