ହେ ମା’ । ମୋ ଭାଇକୁ ଶ୍ରୀଘ ଫେରାଇଆଣ । ଏତିକି ମୋର ତୋ ପାଖରେ ଗୁହାରୀ । ଛଳ ଛଳ ଆଖି ଏବଂ ହାତ ଯୋଡି ଭାଇ କୁ ଫେରାଇ ଆଣିବା ପାଇଁ ଗୁହାରି କରିବା ସହ ଠାକୁରଙ୍କ ନିକଟରେ ପାର୍ଥନା କରୁଛନ୍ତି ମାଲକାନଗିରି ରେ ଥିବା ଶିବାଶିଷଙ୍କଙ୍କ ଭଉଣୀ । ଜାପାନୀ ଜାହାଜ ଡାଇମଣ୍ଡ ପ୍ରିନ୍ସେସ୍ । ୧୯ ମହାଲା ବିଶିଷ୍ଟ ଏହି ଜାହାଜରେ ଫସି ରହିଛନ୍ତି ଓଡିଆ ଯୁବ ଇଞ୍ଜିନିୟର ଶିବାଶିଷ ନାୟକ । ଦିଲ୍ଲୀର ଏକ କମ୍ପାନୀର କାର୍ଯ୍ୟରତ ଶିବାଶିଷ କମ୍ପାନୀ କାମରେଏହି ଜାହଜରେ ଜାପାନ ଅଭିମୁଖେ ଯାଉଥିଲେ । ଜାହାଜରେ ୧୩୮ ଜଣ ଭାରତୀୟ ବି ଥିଲେ । କିନ୍ତୁ ୟକୋହାମାରେ ପହଁଞ୍ଚିବା ପରେ ସ୍ପଷ୍ଟ ହେଲା, ୩ ହଜାର ୭ ଶହ ୧୧ ଯାତ୍ରୀ ଥିବା ଜାହାଜରେ ବ୍ୟାପିଛି କରୋନା ଭୂତାଣୁ । ଆ ପରଠୁ ନାଁ ଯାତ୍ରୀଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯାଉଛି ନାଁ ଭିତରକୁ କିଏ ଯାଇପାରୁଛନ୍ତି । ଫଳରେ ଆଜିକୁ ୧୫ ଦିନ ହେଲା କରୋନାରେ ଆକ୍ରାନ୍ତ ହୋଇନଥିଲେ ବି ଅଖିଆ ଅପିଆ ଅବସ୍ଥାରେ ଫସି ରହିଛନ୍ତି ଶିବାଶିଷ । ଏପଟେ ପୁଅର ଅବସ୍ଥାକୁ ନେଇ ପରିବାର ଲୋକଙ୍କ ଆଖିରେ ନିଦ ନାହିଁ । ଆଶା ଆଶଙ୍କାର ଲୁହ ଝରାଉଛି ଭଉଣୀ । ଭାଇକୁ ଉଦ୍ଧାର କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ଶିବାଶୀଷଙ୍କ ଭଉଣୀ ଏବଂ ଭିଣୋଇ ।
୫ ସହଯୋଗୀଙ୍କ ସହିତ ଦିନରାତି ମୁଖା ପିନ୍ଧି ରହୁଛନ୍ତି ଶିବାଶିଷ । ପରୀକ୍ଷାରେ ତାଙ୍କ ରିପୋର୍ଟ ନେଗେଟିଭ ଆସୁଥିଲେ ବି ସେ ମୁକୁଳି ପାରୁନାହାଁନ୍ତି । ୧୬୦ ଭାରତୀୟଙ୍କ ସହିତ ୩ ହଜାର ଯାତ୍ରୀ ଏବେ ଜାହାଜ ଭିତରେ ବନ୍ଦୀ ।

LEAVE A REPLY

Please enter your comment!
Please enter your name here