ଟୋକିଓ ପାରାଅଲିମ୍ପିକରେ ଇତିହାସ ରଚିଲା ଭାରତ I ୫ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ପଦକ ଜିତି ଭାରତ ଇତିହାସ ସୃଷ୍ଟି କରିଛି I ଏଯ଼ାବତ ଭାରତ କୌଣସି ଅଲିମ୍ପିକରେ ଏତେ ସଂଖ୍ୟାରେ ପଦକ ଜିତି ନ ଥିଲା I କେବଳ ବ୍ୟାଡ୍‌ମିଣ୍ଟନରେ ଭାରତକୁ ମିଳିଛି ୪ଟି ପଦକ । ଓଡିଶାର ପ୍ରମୋଦ ଭଗତ ବ୍ୟାଡମିଣ୍ଟନରେ ଗୋଟିଏ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ କୃଷ୍ଣ ଆଉ ଗୋଟିଏ ସ୍ବର୍ଣ୍ଣ ଜିତି ଦେଶ ପାଇଁ ଗୌରବ ଆଣିଦେଇଛନ୍ତି I ଟୋକିଓ ପାରାଅଲିମ୍ପିତ୍ସରେ ଭାରତର ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି I

LEAVE A REPLY

Please enter your comment!
Please enter your name here