ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ ସିଂ । ସାଧାରଣ ନିର୍ବାଚନ ପାଇଁ ଆଉ ଅଳ୍ପଦିନ ଥିବାରୁ ଅନୁଗୁଳ ଜିଲ୍ଲାରେ ଦଳୀୟ ସଂଙ୍ଗଠନ ସୁଦୃଢ କରିବା ପାଇଁ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା । ଇସ୍ତଫା ଦେବା ପରେ ରଜନୀକାନ୍ତ କହିଛନ୍ତି, ଉପବାଚସ୍ପତି ପଦରେ ଥିବାରୁ ସାଙ୍ଗଠନିକ କାର୍ଯ୍ୟ କରିବା ସମ୍ଭବ ହେଉ ନଥିବାରୁ ସେ ଇସ୍ତଫା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ କିମ୍ବା ସମ୍ବଲପୁର ଆସନରେ ନିର୍ବାଚନ ଲଢିବାର ସମ୍ଭାବନା ଥିବାରୁ ସେହିସବୁ ଜିଲ୍ଲାରେ ଦଳୀୟ ସଙ୍ଗଠନ ସୁଦୃଢ କରିବାକୁ ଅଣ୍ଟା ଭିଡିଛି ବିଜେଡି । ଅନୁଗୁଳ ଜିଲ୍ଲାରେ ବିଜେପି ସଂଗଠନ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବିଜେଡିର ସ୍ଥିତି ଦୁର୍ବଳ ହେବାରେ ଲାଗିଛି । ଲଗାତର ଚାରିଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ରଜନୀକାନ୍ତ ସିଂ ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ସହ କଡା ପ୍ରତିଦ୍ବନ୍ଦିତା କରିଥିଲେ । ତେଣୁ ଉପବାଚସ୍ପତି ଭଳି ସାମ୍ବିଧାନିକ ପଦରୁ କାଢି ତାଙ୍କୁ ସାଙ୍ଗଠନିକ ଦାୟିତ୍ବ ଦିଆଯାଇଛି । ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ସଙ୍ଗଠନ ପାଇଁ କାର୍ଯ୍ୟ କରିବାକୁ ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖଙ୍କୁ ବାଦ୍ ଦେଇଥିଲା ଦଳ ।

LEAVE A REPLY

Please enter your comment!
Please enter your name here