ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଏକ ପଦକ ସମ୍ଭାବନାକୁ ନିଶ୍ଚିତ କରିଛନ୍ତି ପି.ଭି. ସିନ୍ଧୁ । ଏପର୍ଯ୍ୟନ୍ତ କୌଣସି ଗୋଟିଏ ମ୍ୟାଚ୍ ନ ହାରି ମହିଳା ସିଙ୍ଗଲ୍ସରେ ସେମିରେ ପହଞ୍ଚି ଯାଇଛନ୍ତି ଭାରତର ଷ୍ଟାର୍ ଶଟଲର୍ ପିଭି ସିନ୍ଧୁ । କ୍ୱାର୍ଟର୍ ଫାଇନାଲରେ ସିନ୍ଧୁ ଜାପାନର ଅକାନେ ୟାମାଗୁଚିଙ୍କୁ ହରାଇ ନିଜ ସ୍ଥିତି ସୁଦୃଢ କରିନେଇଛନ୍ତି । ସେମିରେ ସିନ୍ଧୁ ଚାଇନିଜ୍ ତାଇପେଇର ତାଇ ଜୁ ୟିଙ୍ଗଙ୍କୁ ମୁକାବିଲା କରିବେ ।

ସିନ୍ଧୁ ପ୍ରଥମ ମ୍ୟାଚରେ ଇସ୍ରାଏଲର ସେନିଆ ପୋଲିକାର୍ପୋଭାଙ୍କୁ ୨୧-୭, ୨୧-୧୦ରେ ହରାଇଥିବା ବେଳେ ଦ୍ୱିତୀୟ ମୁକାବିଲାରେ ହଂକଂର ଚିଉଙ୍ଗ ଗାନ୍ ୟି’ଙ୍କୁ ୨୧-୯, ୨୧-୧୬ରେ ପରାସ୍ତ କରିଥିଲେ । ପ୍ରି-କ୍ୱାର୍ଟର୍ ଫାଇନାଲରେ ଡେନମାର୍କର ମିଆ ବ୍ଲିଚଫେଲ୍ଟଙ୍କୁ ୨୧-୧୫, ୨୧-୧୩ରେ ହରାଇ ନିଜ ସ୍ଥାନ ସୁଦୃଢ କରି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here