ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପ୍ରୟାଗରାଜ କୁମ୍ଭରେ ବୁଡ ପକାଇଛନ୍ତି. ଅମିତଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ବୁଧବାର ତ୍ରିବେଣୀ ସଙ୍ଗମରେ ବୁଡ ପକାଇଛନ୍ତି. ଗଙ୍ଗାକୁ ପ୍ରଣାମ କରିବା ପରେ ଗଙ୍ଗା, ଯମୁନା ଓ ସରସ୍ୱତୀର ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି.  ଅମିତ ସଙ୍ଗମସ୍ଥଳୀରେ ପହଞ୍ଚିବା ପରେ ସାଧୁସନ୍ଥ ଓ ସମର୍ଥକମାନେ ହର ହର ମହାଦେବ କହିଥିଲେ. ସ୍ନାନ ପରେ ଅମିତ ହନୁମାନ ମନ୍ଦିର ଯାଇଛନ୍ତି. ଅମିତଙ୍କ ସହ ଅଖିଳ ଭାରତୀୟ ଆଖଡା ପରିଷଦର ମହନ୍ତ ନରେନ୍ଦ୍ର ଗିରି, ମହନ୍ତ ହରିଗିରି ପ୍ରମୁଖ ସାମିଲ ଥିଲେ.

 

 

LEAVE A REPLY

Please enter your comment!
Please enter your name here