ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବାରିକପୁର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି. 16 ନମ୍ବର ଜାତୀୟ ରାଜପଥ ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି. ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ସମୟରେ ଗୋଟିଏ ଟ୍ରକ ରାସ୍ତା ନିକଟରେ ଥିବା ବେଳେ ପଛରୁ ଟ୍ରକଟିକୁ ଧକ୍କା ଦେଇଥିଲା ବସ. ଫଳରେ ଘଟଣାସ୍ଥଳରେ ବସ ହେଲପରଙ୍କ ମୃତ୍ୟୁ ହୋଇଥିଲା. ମୃତକ ହେଲପର ଜଣଙ୍କ ମାନୁ ଟୁଡୁ ହୋଇଥିବା ବେଳେ ତାଙ୍କ ଘର ମୟୁରଭଞ୍ଜ ବୋଲି ଜଣାପଡିଛି. ତେବେ ଉକ୍ତ ଟ୍ରକଟି ଟେଣ୍ଟ ଜିନିଷ ପତ୍ର ନେଇ ବାରିପଦା ଅଭିମୁଖେ ଯାଉଥିବା ବେଳେ ଅଧାବାଟରେ ଟାୟାର ପମ୍ପଚର ହୋଇଥିଲା. ଯେଉଁଥିପାଇଁ ଟ୍ରକଟି ରାସ୍ତା କଡରେ ଛିଡା ହୋଇଥିଲା. ମାତ୍ର ଦୁର୍ଭାଗ୍ୟବଶତଃ ସାଇଶଙ୍କର ନାମକ ବସଟି ଭାରସାମ୍ୟ ହରାଇ ଟ୍ରକଟିକୁ ପଛପଟୁ ଧକ୍କା ଦେଇଥିଲା. ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସୁରକ୍ଷିତ ଯାତ୍ରୀମାନଙ୍କୁ ଅନ୍ୟ ବସରେ ପଠାଇଛି.

LEAVE A REPLY

Please enter your comment!
Please enter your name here