ଚଳିତ ବର୍ଷ ବି ବିନା ଭକ୍ତରେ ଗଡିବ ରୁକୁଣା ରଥ । ରୁକୁଣା ରଥଯାତ୍ରା ନେଇ ମିଳିଛି ସରକାରଙ୍କ ଅନୁମତି । ରଥଯାତ୍ରା ଆୟୋଜନ ନେଇ ଏସଓପି ଜାରି କରିଛି ବିଏମସି । କିନ୍ତୁ ରଥଯାତ୍ରାରେ କୌଣସି ଭକ୍ତ ଭାଗ ନେଇପାରିବେନି । କେବଳ ସେବାୟତ ନିୟୋଜିତ ରହିବେ । ଯେଉଁ ସେବାୟତ ନିୟୋଜିତ ରହିବେ ସେମାନଙ୍କର କୋଭିଡ ଟେଷ୍ଟ କରାଯିବ । ୪୮ ଘଣ୍ଟା ପୂର୍ବରୁ ଆରଟି-ପିସିଆର୍ ଟେଷ୍ଟ ପାଇଁ ଏସଓପିରେ ନିର୍ଦ୍ଦେଶ । ନେଗେଟିଭ୍ ରିପୋର୍ଟ ଥିବା ସେବାୟତ ମାସ୍କ ପିନ୍ଧି ଭାଗ ନେବେ । ଖାଇବା ଦୋକାନ, ମିନା ବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ମନା । ରଥଯାତ୍ର ଚାଲିଥିବାବେଳେ ବାଣ ଫୁଟାଇବାକୁ ବାରଣ କରାଯାଇଛି । ଚଳିତ ବର୍ଷ କରୋନା ସଙ୍କ୍ରମଣ ବୃଦ୍ଧି ପାଉଥିବାରୁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here