ରାଜ୍ୟରେ ଦିନକୁ ଦିନ ବ୍ୟାପିବାରେ ଲାଗିଛି କରୋନା ସଙ୍କ୍ରମଣ । କିନ୍ତୁ ସାବାଡ୍ ହେଉନାହାଁନ୍ତି ଅମାନିଆ । ଗତ ୨୪ ଘଣ୍ଟାରେ କରୋନା କଟକଣା ନମାନିଥିବା ଅଭିଯୋଗରେ ଆଦାୟ ହୋଇଛି ୨୫ ଲକ୍ଷ ଟଙ୍କା । ସାରା ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଦାୟ ହୋଇଛି ୨୫ ଲକ୍ଷ ୭ ହଜାର ୯ ଶହ ଟଙ୍କା । ପୋଲିସ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଚଢାଉ କରାଯାଇଛି । ୯,୪୦୦ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରି ଏହି ଟଙ୍କା ଆଦାୟ କରି ଟୁଇଟ୍ କରି ଓଡିଶା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ଭଳି ବିଭିନ୍ନ ନିୟମକୁ ଉଲ୍ଲଂଘନ କରାଯାଇଥିବାରୁ ଏଭଳି ଭାବରେ ଜରିମାନା ଆଦାୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here