5T ସଚିବ ପାଣ୍ଡିୟାନଙ୍କୁ ଆକ୍ଷେପ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିରବତାକୁ ଲଗାତର ସମାଲୋଚନା କରିବା ପରେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ବିରୋଧରେ ବିଜେଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିଜେଡି ଉପସଭାପତି ପଦରୁ ସୌମ୍ୟଙ୍କୁ ବହିଷ୍କାର କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତରେ ଦି ଧାଡିଆ ନିର୍ଦ୍ଦେଶନାମାରେ ସୌମ୍ୟଙ୍କୁ ଉପସଭାପତି ପଦରୁ ବହିଷ୍କାର କରାଯାଇଥିଲେ ହେଁ ସୌମ୍ୟଙ୍କ ପ୍ରାଥମିକ ସଦସ୍ୟ ପଦ କାଏମ ରହିଛି । 5T ସଚିବଙ୍କ ହେଲିକପ୍ଟର ଗସ୍ତକୁ ସୌମ୍ୟରଂଜନ ତାଙ୍କ ସଂପାଦନାରେ ପ୍ରକାଶିତ ସମ୍ବାଦ ର ସଂପାଦକୀୟରେ କଟୁ ସମାଲୋଚନା କରିଥିଲେ । ସୌମ୍ୟଙ୍କ ସମାଲୋଚନା ଅସହ୍ୟ ହେବା ପରେ ସପ୍ତାହେ ତଳୁ କାର୍ଯ୍ୟାନୁଷ୍ଠାନ ପର୍ବ ଆରମ୍ଭ ହୋଇଥିଲା । ସୌମ୍ୟରଂଜନଙ୍କୁ ପ୍ରଥମେ ବିଧାୟକ ଅରୁଣ ସାହୁ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ମନ୍ତ୍ରୀ ପ୍ରତାପ ଦେବ ସମାଲୋଚନା କରିବା ସହ ଦଳରୁ ବାହାରିଯିବା ପାଇଁ କହିଥିଲେ । ଉତ୍ତରରେ ସୌମ୍ୟ କହିଥିଲେ, ସେ ଦଳରୁ ବାହାରିବେ ନାହିଁ । ଯଦି ମୁଖ୍ୟମନ୍ତ୍ରୀ ପାରୁଛନ୍ତି, ତେବେ ଦଳରୁ ବାହାର କରିଦିଅନ୍ତୁ । ଆଜି ସୌମ୍ୟଙ୍କୁ ଦଳର ଉପସଭାପତି ପଦରୁ ବହିଷ୍କାର କରାଯାଇଛି । ତେବେ ଏଭଳି ଦଳୀୟ କାର୍ଯ୍ୟନାୁଷ୍ଠାନ ଭୟ ଦେଖାଇ ସୌମ୍ୟଙ୍କୁ ସମାଲୋଚନାରୁ ସରକାର ବର୍ତ୍ତିବା ଭଳି ମନେ ହେଉନାହିଁ ।