ସୋସିଆଲ ମିଡିଆରେ ହୀରାକୁଦ ନଦୀବନ୍ଧ ନିଶିଦ୍ଧାଞ୍ଚଳର ଭିଡିଓ ଭାଇରାଲ । ସର୍ବସାଧାରଣଙ୍କ ପାଇଁ କଟକଣା ଥିବା ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ଭିଡିଓ ସୁଟିଂ କରିବା ସହ ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା । ଏହି ଭିଡିଓରେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଝିଅ ଦୀପାଳିଙ୍କ ସହ ଅଭିନେତ୍ରୀ ପ୍ରକୃତି ମିଶ୍ର, ଏଲିନା ସାମନ୍ତରାୟ ଓ ଲଭଲିଙ୍କୁ ଦେଖିବାକୁ ମିଳିଛି । ତେବେଏହି ଭିଡିଓ ଭାଇରାଲ ପଛରେ ତାଙ୍କର କିଛି ଭୁଲ ନଥିବା କହିଛନ୍ତି ଏଲିନା ସାମନ୍ତରାୟ । ଆମେ ଅନୁମତି ନେଇ ଯାଇଥିଲୁ, ହେଲେ ଭିଡିଓ ମୁଁ କରିନି କି ମୋ ସୋସିଆଲ ସାଇଟରେ ପୋଷ୍ଟ କରିନି । ପ୍ରକୃତି ମିଶ୍ର ଏଭଳି ଭୁଲ୍ ପାଇଁ କ୍ଷମା ମାଗିଛନ୍ତି । ଅଜାଣତରେ ଏଭଳି ହୋଇଛି ଏବଂ ଭବିଷ୍ୟତରେ କେବେ ହେବନି ବୋଲି କହିଛନ୍ତି । ମନ୍ତ୍ରୀ ନବ ଦାସ କହିଛନ୍ତି, ସେ ଭିଡିଓ ଦେଖିନାହାନ୍ତି, ମାତ୍ର ତାଙ୍କ ଝିଅ ସାବାଳିକା ହୋଇଥିବାରୁ ତାଙ୍କୁ ପଚରାଯାଉ ବୋଲି କହି ପ୍ରସଙ୍ଗକୁ ଏଡାଇ ଦେଇଛନ୍ତି । ପ୍ରଶ୍ନ ଉଠୁଛି, ନିଷେଧାଞ୍ଚଳର କଟକଣା କାହା ପାଇଁ । ସାଧାରଣ ଲୋକଙ୍କ ପାଇଁ ଗୋଟିଏ ନିୟମ ଲାଗୁ ହେଉଥିବାବେଳେ ମନ୍ତ୍ରୀଙ୍କ ଝିଅକୁ ନିଷିଦ୍ଧାଞ୍ଚଳ ଯିବାକୁ ଅନୁମତି କେମିତି ମିଳିଲା ।

LEAVE A REPLY

Please enter your comment!
Please enter your name here