ସମ୍ପର୍କ , ସ୍ନେହ ଏବଂ ମମତା । ଭାଇ, ଭାଇ ଭିତରେ ଥିବା ରକ୍ତର ନିବିଡତା ଏତେ ଥିଲା ଯେ ବଡ ଭାଇର ମୃତ ଦେହ ଦେଖିବା ପରେ ମ୍ରିୟମାଣ ହୋଇ ପଡିଥିବା ସାନ ଭାଇଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଆଉ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲା ପାଳଲହଡା ସିଡିଙ୍ଗ ଗାଁରେ । ପରେ ଗାଁରେ ଶୋକାକୁଳ ପରିବେଶରେ ଦୁଇ ଭାଇଙ୍କ ଶବ ସତ୍କାର କରା ଯାଇଛି । ମିଳିଥିବା ସୂଚନା ଅନୁସାରେ ଗାଁର ଦୀପକ ପାଲ ନାମକ ଜଣେ ବ୍ୟକ୍ତି କ୍ୟାନସରରେ ପୀଡିତ ହୋଇ କଟକରେ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କର ମୃତ୍ୟୁ ହେବା ପରେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ମୃତଦେହ ଗାଁକୁ ଅଣା ଯାଇଥିଲା । ତେବେ ସେଠାରେ ଦୀପକଙ୍କ ମୃତଦେହ ଦେଖି ତାଙ୍କ ସାନ ଭାଇ ତ୍ରିମୂଳ କୋହ ସମ୍ଭାଳି ପରି ନଥିଲେ ।ତେବେ କାନ୍ଦି କାନ୍ଦି ସେଇଠାରେ ଟଳି ପଡିଥିଲେ ତ୍ରିମୂଳ । ତୁରନ୍ତ ତାଙ୍କୁ ପାଳଲହଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ସିଡିଙ୍ଗ ଗାଁରେ ଶୋକର ଛାୟା ଖେଳି ଯାଇଛି । ଦୁଇ ଭାଇଙ୍କ ଜୁଇ ଏକା ସାଙ୍ଗରେ ବନ୍ଧା ହୋଇ ଶବ ସତ୍କାର ଏକାଠି କରା ଯାଇଛି ।

LEAVE A REPLY

Please enter your comment!
Please enter your name here