ବନ୍ଧା ହେଲେ ପ୍ରମୋଦ ସାହୁ । ମହିଳା ସହକର୍ମୀଙ୍କୁ ଯୌନ ଶୋଷଣ ଅଭିଯୋଗରେ କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁ ଗିରଫ । ଗତ ରାତିରେ ଘରୁ ଉଠାଇନେବା ପରେ ପୋଲିସ ଅଟକ ରଖିଥିଲା । ପରେ ତାଙ୍କୁ ଗିରଫ କରାଯାଇଛି । ଗତ ରାତି ପ୍ରାୟ ସାଢେ ୧୧ ଟାରେ ପ୍ରମୋଦଙ୍କ ବଣିଆମାଳସ୍ଥିତ ବାସଭବନରୁ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ତାଙ୍କୁ ଉଠାଇ ନେଇଥିଲା । କର୍ମକ୍ଷେତ୍ରରେ ଅସଦାଚରଣ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିବା ନେଇ କେନ୍ଦ୍ରାପଡା କ୍ରେଡିଟ୍ କୋଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କ ନାଁରେ ଅଭିଯୋଗ ଆଣିଥିଲେ ଜଣେ ମହିଳା ସହକର୍ମୀ । ଭିନ୍ନ ଉଦେଶ୍ୟ ରଖି ଫୋନ କଲ ଏବଂ ମେସେଜ ମଧ୍ୟ ଦେଉଥିଲେ । ଏହାର ପ୍ରମାଣ ଦେଖାଇବା ସହିତ ପୋଲିସ ଏବଂ ଗଣମାଧ୍ୟମକୁ ମଧ୍ୟ ଦେଇଥିଲେ ପୀଡିତା । ପ୍ରମୋଦ ତାଙ୍କ ଫାର୍ମ ହାଉସରେ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିବା ମଧ୍ୟ ଅଭିଯୋଗ କରିଥିଲେ ପୀଡିତା । ଗତ ଏପ୍ରିଲ ୨୭ ତାରିଖରେ ଏତଲା ଦେଇଥିଲେ ପୀଡିତା । ଏତେ ଦିନ ପରେ ପୋଲିସ ଆକ୍ସନ ନେଇଛି ଏବଂ ପ୍ରମୋଦଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here