ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ରୋଷଘରେ ଥିବା ୩୦୦ ରୁ ଅଧିକ ଚୁଲା ଭାଙ୍ଗିଲେ ଦୁର୍ବୁତ୍ତ । ଆନନ୍ଦବଜାରରେ ବ୍ୟବସାୟିକ ଶତୃତାକୁ କେନ୍ଦ୍ରକରି ଚୁଲି ଭଙ୍ଗାଯାଇଥିବା ଆଶଙ୍କା । ଗତକାଲି ରାତିରେ ଏହି ଅଭାବନୀୟ ଘଟଣା ଘଟିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘଟଣାର ଛାନବିନ ଚାଲିଛି । ରୋଷଶାଳାରେ ସାତପୁରୀ ରୋଷ, ପିଠାପୁରୀ ରୋଷ ଓ ତାଡପୁରୀ ରୋଷର ପ୍ରାୟ ୧୮୯ ଚୁଲି ରହିଥିବା ବେଳେ ଏଥିରେ ମହାପ୍ରଭୁଙ୍କ ଲାଗି ମହାପ୍ରସାଦ ଲାଗି ହୋଇଥାଏ। ବିଶେଷକରି ବରାଦି ଭୋଗ ପ୍ରସ୍ତୁତି ହୋଇଥାଏ। ଶ୍ରୀ ମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀମନ୍ଦିର ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here