ଦିଲ୍ଲୀର ଶ୍ରଦ୍ଧା-ଅଫତାବ ଲଭ୍ ଷ୍ଟୋରୀ ଲୋକଙ୍କୁ ଭୟବୀତ କରାଇଛି । ନିଜ ପ୍ରେମିକାକୁ ୩୫ ଖଣ୍ଡ କରି ଏଣେତେଣେ ଫିଙ୍ଗିଦେଇଥିଲା ଜଲ୍ଲାଦ ବୟଫ୍ରେଣ୍ଡ ଅଫତାବ । ବିବାହ ପାଇଁ ପ୍ରେମିକା ଜିଦ୍ କରିବାରୁ ନୃଶଂସ ଭାବେ ହତ୍ୟା କରିଥିଲା ଅଫତାବ । ଏହାରି ଭିତରେ ଓଡିଶାରୁ ଆସିଛି ଏକ ନିଆରା ଲଭ୍ ଷ୍ଟୋରୀ । ଯେଉଁ ଲଭ୍ ଷ୍ଟୋରୀ ଏବେ ମୋବାଇଲରୁ ମୋବାଇଲ ଘୂରି ବୁଲୁଛି । ଯୁବପିଢୀ ମଧ୍ୟ ବେଶ ପ୍ରଶଂସା କରୁଛନ୍ତି । ତିନିବର୍ଷ ହେଲା ଦେବସ୍ମିତା ନିଜ ଗୋଡରେ ଛିଡା ହୋଇପାରୁନାହାଁନ୍ତି । ହ୍ୱିଲ ଚେୟାର ହିଁ ସାହାରା । ଇଏ ହେଉଛନ୍ତି ବାଲେଶ୍ୱର ଜିଲ୍ଲାର ଶୁଭ୍ରାଂଶୁ ମହାପାତ୍ର ଏବଂ ଦେବସ୍ମିତା ପଣ୍ଡା । ଦୀର୍ଘ ୭ ବର୍ଷ ଧରି ପରସ୍ପରକୁ ଭଲ ପାଉଥିଲେ । ବିବାହ ତାରିଖ ଘୋଷଣା ପରେ ସ୍ନାୟୁ ଜନିତ ରୋଗରେ ପଡିବାରୁ ଦେବସ୍ମିତାଙ୍କର ଦୁଇଟି ଗୋଡ ଅଚଳ ହୋଇଗଲା । ଏହାପରେ ବି ପ୍ରେମିକା ଦେବସ୍ମିତାଙ୍କର ହାତ ଛାଡିନଥିଲେ ଶୁଭ୍ରାଂଶୁ । ବହୁ ବାଧା ବିଘ୍ନ ସତ୍ତ୍ୱେ ଅଗ୍ନିଦେବତାଙ୍କୁ ଶାଖିରଖି ଦେବସ୍ମିତାଙ୍କୁ ସାତ ଜନମର ସାଥୀ କରିଛନ୍ତି ଶୁଭ୍ରାଂଶୁ ।

LEAVE A REPLY

Please enter your comment!
Please enter your name here