ଚଳିତମାସରୁ ଓଡିଆ ଭାଷାରେ ନାମଫଳକ ଲେଖିବା ପୁଣି ବାଧ୍ୟତାମୂଳକ କରାଯିବ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓଡିଆରେ ନାମଫଳକ ଲେଖିବାକୁ ବାଧ୍ୟତାନୂଳକ କରାଯିବ । ଯେଉଁ ଅନୁଷ୍ଠାନ ଏଥିରେ ଖିଲାଫ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ଓଡିଆରେ ନାମଫଳକ ଲେଖି ନ ଥିବା ଅନୁଷ୍ଠାନକୁ ସାତଦିନିଆ ନୋଟିସ ପଠାଯିବ । ପ୍ରଥମ ଥର ଖିଲାଫ କଲେ 5 ହଜାର ଟଙ୍କା ଜୋରିମାନା ଏବଂ ଦ୍ବିତୀୟ ଥର ଉଲ୍ଲଂଘନକାରୀଙ୍କୁ 25 ହଜାର ଟଙ୍କା ଜୋରିମାନା କରାଯିବ ।

ତେବେ ପୂର୍ବରୁ ଏଭଳି ନିର୍ଦ୍ଦେଶନାମା ସରକାର ପ୍ରକାଶ କରିଥିଲେ ମଧ୍ୟ ଓଡିଆ ଭାଷା ପ୍ରତି ଆନ୍ତରିକତା ଅଭାବରୁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ ।

LEAVE A REPLY

Please enter your comment!
Please enter your name here