ଆଜି ଓଡିଶାରେ ଆଉ 23 ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ 14 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଆଜିର ଚିହ୍ନଟ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା 37 ରେ ପହଞ୍ଚିଛି । ଆଇଏଲଏସ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ଏ ସଂପର୍କରେ ଜଣାଇ ଦିଆଯାଇଥିବା କୁହାଯାଇଛି । 23 ଜଣଙ୍କ ମଧ୍ୟରୁ 19 ଜଣ ପୁରୁଷ, ଚାରିଜଣ ମହିଳା । ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସଂକ୍ରମିତଙ୍କ ମଧ୍ୟରୁ ପଚାଶ ପ୍ରତିଶତ ବିଦେଶ ଫେରନ୍ତା ହୋଇଥିବା ବେଳେ ପଚାଶ ପ୍ରତିଶତ ସ୍ଥାନୀୟ ସଂକ୍ରମିତ ।

ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ କେନ୍ଦୁଝରରୁ 7 ଜଣ ଥିବା ବେଳେ ଖେର୍ଦ୍ଧା ଜିଲ୍ଲାରୁ 4, ପୁରୀ ଓ ସମ୍ବଲପୁରରୁ 3 ଜଣ ଲେଖାଁଏ, ବୌଦ୍ଧରୁ 2, ଜଗତିସଂହପୁରରୁ ଜଣେ, ଅନୁଗୁଳରୁ 2 ଜଣ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ଜଣେ 8 ବର୍ଷ ଏବଂ ଜଣଙ୍କର ବୟସ 83 ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here