ବିଜେଡି ଛାଡିଲେ ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ । ନିଜ ଇସ୍ତଫା ପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ତ୍ରିନାଥ ଗମାଙ୍ଗ ଇସ୍ତଫା ଦେଇଛନ୍ତି । ଦଳରେ ଅଣଦେଖା କରାଯାଇଥିବା ଅଭିଯୋଗରେ ସେ ଇସ୍ତଫା ଦେଇଥିବା କହିଛନ୍ତି । ଗତ ୧୬ତାରିଖରେ ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ଅନ୍ୟ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ମିଶ୍ରଣ ପର୍ବ କରାଗଲା କିନ୍ତୁ ମୁଁ ଭୁବନେଶ୍ୱରରେ ଥିଲି ମୋତେ ଖବର ଦିଆଗଲା ନାହିଁ । ସେଥି ପାଇଁ ମୁଁ ମର୍ମାହତ ତେଣୁ ମୁଁ ଦଳ ଛାଡ଼ିବାକୁ ନିଷ୍ପତି ନେଲି ବୋଲି କହିଛନ୍ତି ତ୍ରିନାଥ । ଇସ୍ତଫା ଦେବା ପରେ ତ୍ରିନାଥ ନିଜର ସମସ୍ତ କ୍ରୋଧ ବାହାର କରିଛନ୍ତି । ଆଦିବାସୀ ପ୍ରତି ମୁଖିଆଙ୍କର କିଭଳି ମନୋଭାବ ତାହାକୁ ଲୋକଙ୍କ ସାମ୍ନାକୁ ଆଣିଛନ୍ତି । ସେ ଜଣେ ଶିକ୍ଷିତ ଆଦିବାସୀ ବିଧାୟକ ହୋଇଥିଲେ ମଧ୍ୟ ଦଳରେ ତାଙ୍କୁ ଚାକର ଭଳି ବ୍ୟବହାର କରାଯାଇଥିବା ସେ କହିଛନ୍ତି । ଦଳ ଭିତରେ ଅପାମାନିତ କରାଗଲା । ଏପରିକି ଦଳ ଛାଡ଼ିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସୁଯୋଗ ଦିଆଗଲା ନାହିଁ । ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ନାହିଁ ବୋଲି ଏଥିରୁ ସ୍ପଷ୍ଟ ହୋଇଥିବା ତ୍ରିନାଥ ଗମାଙ୍ଗ କହିଛନ୍ତି ।ଗତ ନିର୍ବାଚନରେ ବିଜେଡିରେ ଯୋଗ ଦେଇଥିଲେ ତ୍ରିନାଥ ।

LEAVE A REPLY

Please enter your comment!
Please enter your name here