ନିର୍ବାଚନ ପାଖେଇ ଆସୁଥିବାବେଳେ ସବୁ ଜାତୀୟ ଦଳ ଓଡିଶା ମୁହାଁ ହେବାରେ ଲାଗିଛନ୍ତି । ଓଡିଶାକୁ ହାତେଇବା ପାଇଁ ଆରମ୍ଭ ହୋଇଛି ରେସ୍ । ତେବେ ବିଜେଡି ହାତରୁ ଗାଦି ଛଡାଇ ନେବା ପାଇଁ ଦୁଇ ଜାତୀୟ ଦଳ କଂଗ୍ରେସ ଓ ବିଜେପି ମଧ୍ୟରେ ଦୌଡ ଆରମ୍ଭ ହୋଇଯାଇଛି । ଦଳର ବହୁ ହେବିୱେଟ ନେତାଙ୍କ ଓଡିଶା କାର୍ଯ୍ୟକ୍ରମ ସ୍ଥିର କରିଛି ବିଜେପି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ, ମନୋଜ ସିହ୍ନା ଓଡିଶାରେ ରାଲି କରିବେ । ଆସନ୍ତା ୧୭ ତାରିଖରେ ଉତ୍ତର ଓଡିଶା ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ । ସେହିପରି କଳାହାଣ୍ଡି ଗସ୍ତରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସିବେ । ଏନେଇ ଶୁକ୍ରବାର ସୂଚାନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା । ସେହିପରି ଆଜିଠାରୁ ପ୍ରତି ବିଧାନସଭା କ୍ଷେତ୍ରରେ ବିଜେପି ପରିବର୍ତ୍ତନ ସଭା କରିବାକୁ ଯାଉଛି ମାର୍ଚ୍ଚ ୨ ପର୍ଯ୍ୟନ୍ତ ସବୁ ବିଧାନସଭା କ୍ଷେତ୍ରରେ ଏହି ପରିବର୍ତ୍ତନ ସଭା କରାଯିବ ।
ଅନ୍ୟପଟେ କ୍ଷମତାକୁ ଆସିବାକୁ ସ୍ୱପ୍ନ ଦେଖୁଥିବା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପୁଣି ଓଡିଶା ଗସ୍ତରେ ଆସିବେ । ଚଳିତମାସ ଶେଷ ସପ୍ତାହରେ ଓଡିଶା ଆସିବେ ରାହୁଲ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ ରାହୁଲଙ୍କ ଗାନ୍ଧୀଙ୍କ ସହ ପ୍ରିୟଙ୍କା ତେବେ ନିର୍ଦ୍ଦିଷ୍ଟ ତାରିଖ ଏବଂ ସ୍ଥାନ ସ୍ପଷ୍ଟ ହୋଇନଥିବା ସୂଚନା ମିଳିଛ ।

LEAVE A REPLY

Please enter your comment!
Please enter your name here