ସିବିଆଇ ସ୍କାନରରେ ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ର । କଟକ ସ୍ଥିତ ଓଏସଏଲ ଅଫିସରେ ସିବିଆଇ ରେଡ୍ । ପାରାଦୀପର କିଛି ସ୍ଥାନରେ ମଧ୍ୟ ସିବିଆଇ ରେଡ କରୁଥିବା ସୂଚନା ମିଳିଛି । କଟକ ଓଡିଆ ବଜାର ସ୍ଥିତ ମହିମା ମିଶ୍ରଙ୍କ ଘରେ ଚଢାଉ । ପାରାଦୀପ ବଡପଡିଆ ସ୍ଥିତ ଓଏସଏଲ ଅଫିସରେ ମଧ୍ୟ ରେଡ୍ ଚାଲିଛି । ପାରାଦୀପ ପୋର୍ଟର ଜଣେ ପଦସ୍ଥ ଅଧିକାରୀ ଓ ଠିକାଦାରଙ୍କୁ ସିବିଆଇ ଜେରା କରୁଛି । ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାଶ ଓ ଠିକାଦାର ସୁମନ୍ତ ରାଉତଙ୍କୁ ପାରାଦୀପର ଏକ ଗେଷ୍ଟ ହାଉସରେ ଜେରା କରିଛି ସିବିଆଇ । ୪ରୁ ୫ ଘଣ୍ଟା ଜେରା ପରେ ଉଭୟଙ୍କୁ ସିବିଆଇ ପାରାଦୀପ ବାହାରକୁ ନେଇଥିବା ଜଣାପଡିଛି । ତେବେ ସିବିଆଇ ସେମାନଙ୍କୁ କାହିଁକି ଏବଂ କେଉଁଠିକୁ ନେଲା, ତାହା ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here