ଉତ୍କର୍ଷ ସେବା ପାଇଁ ଚଳିତବର୍ଷ ଘୋଷଣା ହୋଇଥିବା ପୋଲିସ ପଦକ ତାଲିକାରେ ଚାରିଜଣ ଓଡିଆ । ବୃତ୍ତିଗତ ସେବା କ୍ଷେତ୍ରରେ ଉତ୍କର୍ଷତା ପାଇଁ ସେମାନଙ୍କୁ ପୋଲିସ ପଦକ ପ୍ରଦାନ କରାଯିବ । ପୋଲିସ ପଦକ ପାଇଁ ମନୋନୀତ ଅଧିକାରୀମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଡିଏସପି ଓ ତିନିଜଣ ଇନସପେକ୍ଟର । ସେମାନେ ହେଲେ, ଡିଏସପି ସୁମିତ୍ରା ଜେନା, ଇନସପେକ୍ଟର ଆଶୀଷ ଜେନା, ଅନସୂୟା ନାୟକ ଓ ରମେଶ ପ୍ରଧାନ । ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ ।

ଅନ୍ୟମାନଙ୍କ ମଧ୍ୟରେ ସିବିଆଇରୁ ସର୍ବାଧିକ 15 ଜଣ ଅଧିକାରୀ ଏହି ପୁରସ୍କାର ପାଇବାକୁ ମନୋନୀକ ହୋଇଛନ୍ତି । ମହାରାଷ୍ଟ୍ରୁ 11, ୟୁପି ଓ ମଧ୍ୟପ୍ରଦେଶରୁ 10 ଜଣ ଲେଖାଁଏ ଏହି ପୁରସ୍କାର ପାଇବେ ।

LEAVE A REPLY

Please enter your comment!
Please enter your name here