ବଦଳୁଛି ରାଜ୍ୟ ରାଜନୀତିର ସମୀକରଣ । ନବୀନ ଗଡ଼କୁ ଧରାଶାୟୀ କରିବା ପାଇଁ ପ୍ରସ୍ତୁତ ହେଉଛି ଚକ୍ରବ୍ୟୂହ । ସବୁ ବିରୋଧି ନେତାମାନେ ହାତ ମିଶେଇବା ଆରମ୍ଭ କଲେଣି । ବିଶେଷ କରି ବିଜେଡିରୁ ଦାମ ବାବୁଙ୍କୁ ବହିଷ୍କାର କରାଯିବା ପରେ ନବୀନ ବିରୋଧି ମେଳି ଭୟଙ୍କର ରୂପ ଧାରଣ କରିବାକୁ ଯାଉଛି । ବିରୋଧି କଂଗ୍ରେସ ଓ ବିଜେପି ଅପେକ୍ଷା ଦାମ ତୁଣ୍ଡ ବିଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହେବା ସୂଚନା ମିଳୁଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗଡ଼ରେ ସରକାରଙ୍କ ଗୁମର ଖୋଲିବା ପରେ ଦାମବାବୁଙ୍କୁ କଂଗ୍ରେସ ନେତାଙ୍କ ଗହଣରେ ଦେଖିବାକୁ ମିଳିଥିଲା ।କଂଗ୍ରେସ ଭବନରେ ସମ୍ବିଧାନ ବଞ୍ଚାଅ ସମ୍ମିଳନୀରେ ଯୋଗ ଦେଇଥିଲେ ଦାମ । ଏହି ସମ୍ମିଳନୀରେ ସିପିଆଇଏମ୍ ନେତା ରାମକୃଷ୍ଣ ପଣ୍ଡାଙ୍କ ସହ ବହୁ ନେତା ଯୋଗ ଦେଇଥିଲେ । କଂଗ୍ରେସ ଭବନରେ କଂଗ୍ରେସ ନେତାଙ୍କ ସହ ଦୀର୍ଘ ସମୟ ଧରି ମନ୍ତ୍ରଣା କରିଥିଲେ ଦାମ । କୌଣସି ମତେ ଆସନ୍ତା ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ହରାଇବା ପାଇଁ ବ୍ଲୁ ପ୍ରିଣ୍ଟ ତିଆରି ହେଉଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ନବୀନ ବିରୋଧି ଅଭିଯାନକୁ ସଫଳ କରିବା ପାଇଁ କେବଳ କଂଗ୍ରେସ ନୁହେଁ ବିଜେପି ମଧ୍ୟ ପ୍ରଚ୍ଛଦପଟରେ ରହି ଦାମଙ୍କୁ ସମର୍ଥନ ଦେବ । ଯାହା ଜଣାପଡୁଛି ମାହାଙ୍ଗାରୁ ଦାମ ବାବୁ ଆରମ୍ଭ କରିଥିବା ଗୁମର ଖୋଲା ଅଭିଯାନ ବିଜେଡି ପାଇଁ ସତର୍କ ଘଣ୍ଟି ହେବାକୁ ଯାଉଛି ।

 

 

LEAVE A REPLY

Please enter your comment!
Please enter your name here