ଗୋରୁ ଚାଲାଣକାରୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ଗୋସୁରକ୍ଷା କର୍ମୀ । ମାତ୍ର ଗୋରୁଚାଲାଣ ଟ୍ରକକୁ ଏସକର୍ଟ କରୁଥିବା ସ୍କର୍ପିଓରୁ ବାହାରି ଗୋସୁରକ୍ଷା କର୍ମୀଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଗୋସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇବାକୁ ବି ପଛାଇ ନ ଥିଲେ । ଗୂୁଳିମାଡରେ ଦୁଇ ସୁରକ୍ଷା କର୍ମୀ ଆହତ ହୋଇଥିବା ବେଳେ ପୋଲିସ 11 ଜଣଙ୍କୁ ଗିରଫ କରିଛି । ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ବେଗନା ଟୋଲଗେଟ୍ ନିକଟରେ । 7ଟି ଟ୍ରକରେ କୋଲକତାକୁ ଗୋରୁ ଚାଲାଣ ହେଉଥିବା ବେଳେ ଟ୍ରକଗୁଡିକୁ 4ଟି ବୋଲେରୋ ଓ ସ୍କର୍ପିଓରେ 15 ଜଣ ଯୁବକ ଆଗରେ ପଛରେ ଏସକର୍ଟ କରି ଯାଉଥିଲେ । ଗୋଚାଲାଣ ସଂପର୍କରେ ଗୋସୁରକ୍ଷା କର୍ମୀ ଖବର ପାଇବା ପରେ ଟୋଲଗେଟ୍ ନିକଟକୁ ଯାଇ ଟ୍ରକଗୁଡିକୁ ଅଟକାଇଥିଲେ । ଗୋଚାଲାଣ ଟ୍ରକକୁ ସୁରକ୍ଷା ଦେଉଥିବା ଲୋକଙ୍କ ସହ ଗୋସୁରକ୍ଷା କର୍ମୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଗୋଚାଲାଣକାରୀ ଗୋସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ଦୀପକ ଓ ଗୁଡୁ ନାମକ ଦୁଇ ଗୋସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ସେମାନଙ୍କ ଦେହରେ 4 ଓ 6 ରାଉଣ୍ଡ ଗୁଳି ବାଜିଛି । ପୋଲିସ 11ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here